ସମ୍ବିତ୍‌ଙ୍କ ତେଲୁଗୁ ଫିଲ୍ମ ରିଲିଜ୍‌ ପାଇଁ ପ୍ରସ୍ତୁତ

Advertisment
ସମ୍ବିତ୍‌ଙ୍କ  ତେଲୁଗୁ ଫିଲ୍ମ  ରିଲିଜ୍‌ ପାଇଁ ପ୍ରସ୍ତୁତ

99doing

ଓଡ଼ିଆ ଅଭିନେତା ସବ୍ୟସାଚୀଙ୍କ ପରେ ଆଉ ଜଣେ ଓଡ଼ିଆ ଦକ୍ଷିଣ ଭାରତୀୟ ଫିଲ୍ମରେ ପାଦ ଦେଇଛନ୍ତି। ସେ ହେଉଛନ୍ତି ସମ୍ବିତ୍‌। ସମ୍ବିତ୍‌ଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘ଲାଲିଜୋ ଲାଲିଜୋ’ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମଟି ପ୍ରାୟତଃ ଏଇ ଡିସେମ୍ବର ମାସରେ ରିଲିଜ୍‌ ହେବ ବୋଲି ଶୁଣା ଯାଉଛି। ନିକଟରେ ଏହାର ପୋଷ୍ଟର୍‌ ଉନ୍ମୋଚନ ହୋଇଛି।

‘ଲାଲିଜୋ ଲାଲିଜୋ’ର ପ୍ରଯୋଜନା କରିଛନ୍ତି କିରନ୍‌ ଏନ୍‌ ସାଙ୍କୁ, ନିର୍ଦ୍ଦେଶନା ଦେଇଛନ୍ତି ମୋହନ ଶ୍ରୀବାସ୍ତବ। ଏଥିରେ ସମ୍ବିତ୍‌ ଯେଉଁ ଭୂମିକାରେ ଅଭିନୟ କରିଛନ୍ତି ସେଥିରେ ରୋମାନସ ଓ ଆକ୍ସନ୍‌ ଅଛି। ନିଜର ଏଇ ନୂଆ ଅଭିଜ୍ଞତାକୁ ନେଇ ସମ୍ବିତ୍‌ ବେଶ୍‌ ଖୁସି ଜଣା ପଡୁଛନ୍ତି। ପ୍ରଥମ ଫିଲ୍ମର ଦର୍ଶକୀୟ ଅନୁମୋଦନକୁ ଦୃଷ୍ଟିରେ ରଖି ସେ ନିଜ ଭବିଷ୍ୟତ ଯୋଜନା କରିବେ ବୋଲି କହିଛନ୍ତି।
‘ଲାଲିଜୋ ଲାଲିଜୋ’ ସଂପର୍କର ବାକି କଥା ଶୁଣିବାକୁ ଆମ ପାଠକେ ଅପେକ୍ଷା କରନ୍ତୁ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe