The Indian Express
ନୂଆଦିଲ୍ଲୀ: ଜଣାଶୁଣା ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡିଙ୍କର ମଙ୍ଗଳବାର ପରଲୋକ ଘଟିଛି। ୭୫ ବର୍ଷିଅ ଜୟପ୍ରକାଶ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଥିବା ତାଙ୍କ ବାସଭବନରେ ହୃଦ୍ଘାତର ଶିକାର ହୋଇ ପ୍ରାଣ ହରାଇଥିବା ସୂଚନା ରହିଛି।
ସମରସିମା ରେଡ୍ଡୀ, ପ୍ରେମିନଚୁକୁଣ୍ଡମ୍ ରା, ନରସିଂହ ନାଇଡୁ, ନୁଭୋଷ୍ଟାନାନେ ନେନୋଦାନ୍ତାନା, ଜୁଲାଇ, ରେଡି, କିକ୍, ଜୟାମ ମନାଡେରା, ଜାମ୍ବା ଲାକିଡି ପମ୍ବା, ଅବୁନୁ ଭାଲିଡଦାର ଇସ୍ତାପାଦାରି, କିବାଡି କାବଡି ଆଦି ଚଳଚ୍ଚିତ୍ରରେ ପ୍ରାରମ୍ଭରୁ ଖଳନାୟକ ଓ ପରେ ବ୍ୟଙ୍ଗ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିିୟତା ସାଉଁଟିଥିଲେ ଜୟ ପ୍ରକାଶ। ତାଙ୍କୁ ଶେଷ ଥର ପାଇଁ ମହେଶ ବାବୁଙ୍କ ଅଭିନୀତ ଚଳଚ୍ଚିତ୍ର ସାରିଲେରୁ ନେକେଭଭାରୁ (୨୦୨୦) ରେ ଦେଖିବାକୁ ମିଳିଥିଲା ​।
ଜୟ ପ୍ରକାଶ ରେଡ୍ଡିଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପକୁ ସ୍ତବ୍ଧ କରିଛି। ତାଙ୍କ ମୃତ୍ୟୁ ଖବର ଶୁଣି ଅନେକ ତେଲୁଗୁ କଳାକାର ଟ୍ବିଟର୍ରେ ଶୋକ ପ୍ରକାଶ କରିିଛନ୍ତି। ଜୁନିୟର୍ ଏନ୍ଟିଆର୍ରୁ ନେଇ ମହେଶ ବାବୁ, ସୁଧୀର ବାବୁ, ରାଣା ଡଗୁବତୀ, ରାକୁଲ ପ୍ରୀତ ସିଂ, ଜେନେଲିଆ ଏବଂ ଅନ୍ୟ ଅନେକ ତାରକାମାନେ ସୋସିଆଲ ମିଡିଆରେ ନିଜର ସମବେଦନା ଜଣାଇଥିବାର ଦେଖିବାକୁ ମିଳିଛି।
ରେଡ୍ଡିଙ୍କର ଭାଷା ଉପରେ ଅପୂର୍ବ ଦଖଲ ଥିଲା। ସେ ନିଜ ପାଇଁ ତାମିଲ୍ ଭାଷାରେ ଡବିଂ ମଧ୍ୟ କରୁଥିଲେ। ତାଙ୍କୁ ଅରୁ ଏବଂ ଅଞ୍ଜନାୟା ଭଳି ତାମିଲ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ତାଙ୍କର ନିଖୁଣ ଅଭିନୟରେ ସହଜରେ ସସସ୍ତଙ୍କୁୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ।
  
 Follow Us