୬ଦିନ ତଳେ ଦୁର୍ଘଟଣାରେ ହୋଇଥିଲା ସହ-ଅଭିନେତ୍ରୀଙ୍କ ମୃତ୍ୟୁ, ଏବେ ଜୀବନ ହାରିଲେ ଅଭିନେତା

Advertisment
୬ଦିନ ତଳେ ଦୁର୍ଘଟଣାରେ ହୋଇଥିଲା ସହ-ଅଭିନେତ୍ରୀଙ୍କ ମୃତ୍ୟୁ, ଏବେ ଜୀବନ ହାରିଲେ ଅଭିନେତା

ନୂଆଦିଲ୍ଲୀ: ମେ’ ୧୩ରେ ସାଉଥ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ତେଲୁଗୁ ଏବଂ କନ୍ନଡ ଟିଭି ସିରିଏଲର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା। ହଠାତ ତାଙ୍କର ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଆନ୍ଧ୍ରପ୍ରଦେଶର ମହବୁବନଗର ନିକଟରେ ଏହି ଭୟଙ୍କର କାର ଦୁର୍ଘଟଣା ଘଟିଥିବା ବେଳେ ଅଭିନେତ୍ରୀଙ୍କ ସହ ଥିଲେ ତାଙ୍କ ଭଉଣୀ ଅପେକ୍ଷା, ଡ୍ରାଇଭର ଶ୍ରୀକାନ୍ତ ଏବଂ ଅଭିନେତା ଚନ୍ଦ୍ରକାନ୍ତ। ଏବେ ଚନ୍ଦ୍ରକାନ୍ତ ଜୀବନ ହାରିଦେଇଥିବା ଜଣାପଡ଼ିଛି।

ଚନ୍ଦୁ ନାମରେ ଜଣାଶୁଣା ତେଲୁଗୁ ଟେଲିଭିଜନ ଅଭିନେତା ଚନ୍ଦ୍ରକାନ୍ତ ତେଲେଙ୍ଗାନାର ଅଲକାପୁରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପବିତ୍ରାଙ୍କ ଦେହାନ୍ତ ପରେ ତାଙ୍କର ଦେହାନ୍ତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ, ପବିତ୍ରାଙ୍କ ମୃତ୍ୟୁ ହେବା ପରେ ଅବସାଦଗ୍ରସ୍ତ ଥିଲେ ଚନ୍ଦ୍ରକାନ୍ତ। ଦୁହେଁ ପ୍ରେମ ସମ୍ପର୍କରେ ଥିବାରୁ ନିଜ ପ୍ରେମିକାଙ୍କୁ ହରାଇ ଭାଙ୍ଗିପଡ଼ିଥିଲେ ଚନ୍ଦୁ। ଏହି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ତେଲୁଗୁ ଟେଲିଭିଜନ ଧାରାବାହିକ ‘ତ୍ରିନୟନୀ’ରେ ତିଳୋତମା ଭୂମିକାରେ ଅଭିନୟ କରିଥିଲେ ପବିତ୍ରା। ଏହି ସୋ’ରେ ଚନ୍ଦ୍ରକାନ୍ତ ମଧ୍ୟ କାମ କରିଥିଲେ। ‘ତ୍ରିନୟନୀ’ ପବିତ୍ରାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା। ଏହା ବ୍ୟତୀତ ସେ ଅନେକ ଟିଭି ସୋ’ ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe