‘ଦ ଭୂତ୍‌ନୀ’ର ଟିଜର୍ ରିଲିଜ୍, ସଞ୍ଜୟ ଦତ୍ତଙ୍କ ସହ ନଜର ଆସୁଛନ୍ତି ମୌନୀ ରୟ

ହରର୍, ଆକ୍ସନ୍ ଏବଂ କମେଡିରେ ଭରପୁର ଚଳଚ୍ଚିତ୍ର ‘ଦି ଭୂତ୍‌ନୀ’ର ଟିଜର୍ ରିଲିଜ୍ ହୋଇଛି। ଦୀର୍ଘ ଦିନ ବ୍ୟବଧାନ ପରେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ପରଦାକୁ ଫେରିବାକୁ ଯାଉଛନ୍ତି।

The Bhootnii Teaser out

The Bhootnii Teaser out Photograph: (sambad.in)

ମୁମ୍ବାଇ: ହରର୍, ଆକ୍ସନ୍ ଏବଂ କମେଡିରେ ଭରପୁର ଚଳଚ୍ଚିତ୍ର ‘ଦ ଭୂତ୍‌ନୀ’ର ଟିଜର୍ ରିଲିଜ୍ ହୋଇଛି। ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ପରଦାକୁ ଫେରିବାକୁ ଯାଉଛନ୍ତି। ଟିଜରରେ ସଞ୍ଜୟ ଦତ୍ତଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି। ସିଦ୍ଧାନ୍ତ ସଚ୍ଚଦେବଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ମୌନୀ ରୟଙ୍କୁ ଭୂତୁନୀ ରୂପରେ ଦେଖିବାକୁ ମିଳିଛି। 

‘ଦ ଭୂତ୍‌ନୀ’ ଚଳଚ୍ଚିତ୍ର ୧୮ ଏପ୍ରିଲ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ଟିଜର୍ ଆରମ୍ଭରେ, ସଞ୍ଜୟ ଦତ୍ତଙ୍କୁ ଭଗବାନ ଶିବଙ୍କ ଶ୍ଲୋକ ଉଚ୍ଚାରଣ କରୁଥିବା ଜଣାପଡ଼ିଛି। ଏଥିସହ ଅଭିନେତ୍ରୀ ପଲକ ତିୱାରୀ ଏବଂ ମୌନୀ ରୟଙ୍କୁ ଏକ ଦୁଷ୍ଟ ଅବତାରରେ ଦେଖିବାକୁ ମିଳିଥିଲା। ଯେତେବେଳେ କି ସଞ୍ଜୟ ଦତ୍ତଙ୍କୁ ଭୂତ ସହିତ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଛି। 

‘ଦ ଭୂତ୍‌ନୀ’ ଚଳଚ୍ଚିତ୍ର ୧୮ ଏପ୍ରିଲ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ‘ଦ ଭୂତ୍‌ନୀ’ର ଟିଜର୍ ଆରମ୍ଭରେ, ସଞ୍ଜୟ ଦତ୍ତଙ୍କୁ ଭଗବାନ ଶିବଙ୍କ ଶ୍ଲୋକ ଉଚ୍ଚାରଣ କରୁଥିବା ଜଣାପଡ଼ିଛି। ଏଥିସହ ଅଭିନେତ୍ରୀ ପଲକ ତିୱାରୀ ଏବଂ ମୌନୀ ରୟଙ୍କୁ ଏକ ଦୁଷ୍ଟ ଅବତାରରେ ଦେଖିବାକୁ ମିଳିଥିଲା। ଯେତେବେଳେ କି ସଞ୍ଜୟ ଦତ୍ତଙ୍କୁ ଭୂତ ସହିତ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଛି। 

ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ନିଜ ଇନଷ୍ଟାଗ୍ରାମରେ ‘ଦ ଭୂତ୍‌ନୀ’ର ଟିଜର୍ ସେୟାର କରି ଲେଖିଛନ୍ତି ଯେ, "ଏହି ଗୁଡ୍ ଫ୍ରାଇଡେ, ଭୟକୁ ଏକ ନୂଆ ତାରିଖ ମିଳିଗଲା। କେବେ ଦେଖାଯାଇ ନ ଥିବା ହରର୍, ଆକ୍ସନ୍ ଏବଂ କମେଡି ପାଇଁ ପ୍ରସ୍ତୁତ ହୁଅନ୍ତୁ। ସିଦ୍ଧାନ୍ତ ସଚ୍ଚଦେବଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ପଲକ ତିୱାରୀ, ସନି ସିଂହ, ବେୟୁନିକ୍ ଏବଂ ଆସିଫ୍ ଖାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe