The Times of India
ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ତଥା ରାଜନେତ୍ରୀ ଜେ. ଜୟଲଳିତାଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେଉଥିବା ଖବର ପୂର୍ବରୁ ଚର୍ଚ୍ଚାର ବିଷୟ ବନିଥିଲା। ଫିଲ୍ମରେ ଜୟଲଳିତାଙ୍କ ଭୂମିକାରେ ଅଭିନେତ୍ରୀ କଙ୍ଗନାଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଥିବା ବେଳେ ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଓ ଟିଜର ରିଲିଜ୍ ହୋଇଛି। ପୋଷ୍ଟରରେ କଙ୍ଗନାଙ୍କୁ ଚିହ୍ନିବା ଅସମ୍ଭବ ହୋଇ ପଡ଼ିଛି। ତାମିଲ, ତେଲୁଗୁ ଓ ହୀନ୍ଦି ଭାଷାରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏହାର ଟିଜରରେ ଜୟଲଳିତାଙ୍କ ଅଭିନୟ ଜୀବନ ଓ ରାଜନୈତିକ ଜୀବନକୁ ଖୁବ୍ କମ ସମୟ ମଧ୍ୟରେ ଚମତ୍କାର ଭାବେ ପ୍ରଦର୍ଶିତ କରାଯାଇଛି।
ଫଟୋକୁ ଫିଲ୍ମର ପ୍ରଯୋଜକ ବିଷ୍ଣୁ ଇନ୍ଦୁରି ଟୁଇଟ୍ କରିବା ପରେ ଖବରଟି ସାମ୍ନାକୁ ଆସିଛି। ଏହା ଫିଲ୍ମର ଟିଜର ମଧ୍ୟ ଟୁଇଟ୍ କରି ସେୟାର କରାଯାଇଛି। ଟିଜରରେ କଙ୍ଗନାଙ୍କୁ ଯେଉଁଭଳି ଭାବରେ ମେକଅପ ଦିଆଯାଇ ଜୟଲଳିତାଙ୍କ ଛାପ ଦିଆଯାଇଛି, ତାହାକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି। ଟିଜରରେ କଙ୍ଗନା ଜୟଲଳିତାଙ୍କ ଲୋକପ୍ରିୟ ଗୀତରେ ନାଚୁଥିବା ବେଳେ ସଙ୍ଗେ ସଙ୍ଗେ ଦୃଶ୍ୟ ବଦଳିବା ସହ ସେ ଶହ ଶହ ଲୋକଙ୍କ ଆଗରେ ହାତ ହଲାଉଥିବାର ଦେଖାଯାଉଛି। ଏହି ଦୁଇଟି ଦୃଶ୍ୟରେ ତାଙ୍କର ଦୁଇଟି ପେସା ବିଷୟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/11/q-4.jpg)