ଇନଷ୍ଟାରେ ଆକାଉଣ୍ଟ ଖୋଲିଲେ ଥଲପତି ବିଜୟ, ଘଣ୍ଟାକରେ ହେଲେ ୨ମିଲିୟନ ଫଲୋୟର୍ସ

Advertisment
ଇନଷ୍ଟାରେ ଆକାଉଣ୍ଟ ଖୋଲିଲେ ଥଲପତି ବିଜୟ, ଘଣ୍ଟାକରେ ହେଲେ ୨ମିଲିୟନ ଫଲୋୟର୍ସ

ମୁମ୍ବାଇ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ଥଲପତି ବିଜୟ। ନିଜ ଫିଲ୍ମ ଜରିଆରେ ସେ ଦେଶ-ବିଦେଶରେ କୋଟି କୋଟି ଲୋକଙ୍କ ହୃଦୟ କିଣିଥିବା ବେଳେ ତାଙ୍କୁ ବକ୍ସ ଅଫିସର କିଙ୍ଗ କୁହାଯାଏ। ହେଲେ ଏତେ ଲୋକପ୍ରିୟ ହୋଇ ବି ଅଭିନେତାଙ୍କ ଇନଷ୍ଟାରେ ଆକାଉଣ୍ଟ ନଥିଲା। ‌ତାଙ୍କର ଅନେକ ଆଧିକାରିକ ଫ୍ୟାନ୍ ପେଜ୍ ଜରିଆରେ ସେ ଫିଲ୍ମର ସୂଚନା ଦେଉଥିଲେ। ହେଲେ ଏବେ ଅଭିନେତା ନିଜର ଇନଷ୍ଟା ଆକଉଣ୍ଟ ଖୋଲିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଇନଷ୍ଟାରେ ଆକାଉଣ୍ଟ ଖୋଲୁ ଖୋଲୁ ବିଜୟଙ୍କର ୨ମିଲିୟନ ଫଲୋୟର୍ସ ହୋଇସାରିଛନ୍ତି। ବିଜୟ ଆକାଉଣ୍ଟ ଖୋଲିବା ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ କଳା ରଙ୍ଗର ସାର୍ଟ ପିନ୍ଧିଥିବା ଦେଖାଯାଇଛି। କେବଳ ଗୋଟିଏ ପୋଷ୍ଟ କରିବା ପରେ ବିଜୟଙ୍କର ୨ମିଲିୟନ ଫଲୋୟର୍ସ ହୋଇଥିବା ବେଳେ କିଛି ଘଣ୍ଟାରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

publive-image

ତେବେ ବିଜୟଙ୍କୁ ୨ମିଲିୟନ ଲୋ‌କ ଫଲୋ କରୁଥିବା ବେଳେ ସେ ଏପର୍ଯ୍ୟନ୍ତ କାହାକୁ ଫଲୋ କରିନାହାନ୍ତି। ଏହା ପୂର୍ବରୁ ଥଲପତି ବିଜୟ ନିଜର ଫିଲ୍ମ ‘ବାରିସୁ’କୁ ନେଇ ଚର୍ଚ୍ଚାରେ ଥିଲେ। ‘ବାରିସୁ’ର ଟ୍ରେଲର ଜାନୁଆରି ୪ରେ ସନ୍ ଟିଭିର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ ହୋଇଥିଲା। ରିଲିଜ ହେଉ ହେଉ ଏକ ଘଣ୍ଟା ମଧ୍ୟରେ ଏହାକୁ ୨୩ମିଲିୟନ ଲୋକ ଦେଖିଥିଲେ, ଯେଉଁଥିରେ ବିଜୟଙ୍କ ପ୍ରଶଂସକ କେତେ ତାହା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe