ଦର୍ଶକଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରୁଛି ୱେବ୍‌ ସିରିଜ୍ ‘ଝୋଲାଛାପ’

Advertisment
ଦର୍ଶକଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରୁଛି ୱେବ୍‌ ସିରିଜ୍ ‘ଝୋଲାଛାପ’

ଦେଶର ଗ୍ରାମାଞ୍ଚଳର ଦୟନୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆଧାର କରି ନିର୍ମାଣ ହେଇଛି ଚଳଚ୍ଚିତ୍ର ‘ଝୋଲାଛାପ’। ଭୁତ ଡିଜିଟାଲ ପ୍ଲାଟ୍‌ଫର୍ମରେ ଏହି ୱେବ୍ ସିରିଜ୍ ପ୍ରସାରିତ ହେଉଛି। ଏହି କାହାଣୀର ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତିପ୍ରକାଶ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମାଞ୍ଚଳରେ ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଲୋକଙ୍କ ପାଇଁ ସବଳ କରିବା ସହ ଏହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା। ଜଣେ ଯୁବତୀ ଡାକ୍ତର ଭାବେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇବା ପରେ କିଭଳି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତାହା ବାସ୍ତବ ଭାବେ ଏଥିରେ ପ୍ରତିଫଳିତ ହେଇଛି। ଏହା ଭିତରେ ‘ଝୋଲାଛାପ’ର ଛ’ଟି ଏପିସୋଡ୍‌ ପ୍ରସାରିତ ହେଇସାରିଲାଣି।

ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତିି ମେହେକ ମନୱାନୀ, ମୁସ୍ତକ୍‌ ଖାନ୍ ଓ ଚିତ୍ତରଂଜନ ତ୍ରିପାଠୀ। ଡାକ୍ତର ନେହା ରସ୍ତୋଗୀ ଏଥିରେ ମେହେକ ମନୱାନୀ, ମୁସ୍ତାକ ଖାନ୍ ଶ୍ୟାମସୁନ୍ଦର ଏବଂ ଚିତ୍ତରଂଜନ ତ୍ରିପାଠୀ ଜିତେନ୍ଦର ତ୍ୟାଗୀ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଏମାନଙ୍କ ସହ ପ୍ରଭାକର ଶର୍ମା, ଶାଳିନୀ ମିଶ୍ର, ଲୋଭେକୁଶ କୁଣ୍ଡୁ, ମଦନଲାଲ ଆଜାଦ, ଯଶପାଲ କୌର ଓ ଚନ୍ଦନ ମେହଟାଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ମେହେକ କେବଳ ଡାକ୍ତର ଭାବେ ସ୍ବାଭାବିକ ଭୂମିକା ନିର୍ବାହ କରିନାହାନ୍ତି, ରୋଗୀମାନଙ୍କ ସେବା ସହ ସାଧାରଣ ଲୋକଙ୍କୁ ବିଭିନ୍ନ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ସଚେତନ କରିବାରେ ନିଜକୁ ସମର୍ପିତ କରିଛନ୍ତି। ‘ଝୋଲାଛାପ’ ୱେବ୍‌ ସିରିଜ୍ ଏବେ ଦର୍ଶକଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରିବା ସହ ଉତ୍ସାହ ମଧ୍ୟ ଭରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe