ନଗ୍ନ ଫଟୋ ସୁଟ୍‌ ମାମଲା: ରଣବୀରଙ୍କ ବିବୃତ୍ତି ରେକର୍ଡ଼ କଲା ମୁମ୍ବାଇ ପୁଲିସ

ନଗ୍ନ ଫଟୋ ସୁଟ୍‌ ମାମଲା: ରଣବୀରଙ୍କ ବିବୃତ୍ତି ରେକର୍ଡ଼ କଲା ମୁମ୍ବାଇ ପୁଲିସ

ସୋସିଆଲ ମିଡିଆରେ ନିଜର ନଗ୍ନ ଫଟୋ ପୋଷ୍ଟ କରି ବଲିଉଡ ଅଭିନେତା ରଣବୀର ସିଂଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଆଜି ମୁମ୍ବାଇ ପୁଲିସ ତାଙ୍କ ବିବୃତ୍ତି ରେକର୍ଡ କରିଛି। ଏକ ବେସରକାରୀ ସଂସ୍ଥା (ଏନ୍‌ଜିଓ)ର ଜଣେ ଅଧିକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ଗତ ମାସରେ ଚେମ୍ବୁର ଥାନାରେ ରଣବୀରଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ (ଏଫ୍‌ଆଇଆର୍‌) ପଞ୍ଜୀକୃତ ହୋଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ତାଙ୍କୁ ଏହି ଘଟଣାର ତଦନ୍ତରେ ସହଯୋଗ କରିବା ପାଇଁ ଏକ ନୋଟିସ ଦେଇଥିଲା।

ଆଜି ସକାଳ ୭ଟାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ରଣବୀର ହାଜର ହୋଇଥିଲେ। ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି। ଅଢ଼େଇ ଘଣ୍ଟା କାଳ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା। ଆବଶ୍ୟକ ହେଲେ ଅଭିନେତାଙ୍କୁ ପୁଣି ଡକାଯିବ ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe