ସୁଶାନ୍ତଙ୍କୁ ନେଇ ହେବ ଚଳଚ୍ଚିତ୍ର

Advertisment
ସୁଶାନ୍ତଙ୍କୁ ନେଇ ହେବ ଚଳଚ୍ଚିତ୍ର

The Indian Express

ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସାର୍‌ଲା ସାରାଗୋଇ ଓ ରାହୁଲ ଶର୍ମା ଘୋଷଣା କରିଛନ୍ତି। ଏହାର ନିର୍ଦ୍ଦେଶନା ଦେବେ ଦିଲୀପ ଗୁଲାଟି। ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ଭୂମିକାରେ ଅଭିନେତା ଜୁବୈର ଖାନ ଅଭିନୟ କରିବେ। ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାରେ ଶ୍ରେୟା ଶୁକ୍ଳା ନଜର ଆସିବେ। ଦିଶା ସାଲିଆନଙ୍କ ଭୂମିକା ପାଇଁ ବିଗ୍ ବସ୍ ଫେମ୍‌ ତଥା ଅଭିନେତ୍ରୀ ସୋମି ଖାନଙ୍କୁ ଚୟନ କରାଯାଇଛି। ଶକ୍ତି କପୁର ଚଳଚ୍ଚିତ୍ରରେ ଜଣେ ସିବିଆଇ ଅଧିକାରୀ ଭୂମିକାରେ ଅବତୀର୍ଣ୍ଣ ହେବେ। ଅନ୍ୟ ଚରିତ୍ରମାନଙ୍କ ମଧ୍ୟରେ ଅରୁଣ ବକ୍ସି ସୁଶାନ୍ତଙ୍କ ପିତା ଭୂମିକାରେ ଏବଂ ଅମନ ବର୍ମା ଜଣେ ଇଡି ଅଧିକାରୀ ଭୂମିକାରେ ଅଭିନୟ କରିବେ। ଜଣାଶୁଣା ଅଭିନେତା ଅସରାନୀ ଓ ସୁଧା ଚନ୍ଦ୍ରନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe