first poster of 'Mantramugdha': ଆସିଲା ‘ମନ୍ତ୍ରମୁଗ୍ଧ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର: ଜାନୁଆରିରେ ପରଦାକୁ ଆସିବ

ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ’ର ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍‌ ପୋଷ୍ଟର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି ରହସ୍ୟମୟ-ହାସ୍ୟାରସ ଓ ହରର ଚଳଚ୍ଚିତ୍ରର....

mantra mundha

Photograph: (BookMyShow)

ଭୁବନେଶ୍ବର: ‘ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ’ର ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍‌ ପୋଷ୍ଟର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି ରହସ୍ୟମୟ-ହାସ୍ୟାରସ ଓ ହରର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିବା ବେଳେ ଏହାର ପ୍ରଯୋଜକ ଅଛନ୍ତି ଯୁବ ପ୍ରଯୋଜିକା ବର୍ଷା ପଟ୍ଟନାୟକ। ଇତିମଧ୍ୟରେ ଏହାର ପ୍ରଥମ ଲୁକ୍‌ ଉନ୍ମୋଚିତ ହୋଇଛି। ଚଳଚ୍ଚିତ୍ରଟି ଆସନ୍ତା ଜାନୁଆରିରେ ପରଦାକୁ ଆସିବ।

ଚଳଚ୍ଚିତ୍ରର ‘କର୍ମ’ ଓ ‘ପ୍ରତୀକ୍ଷା’ର ସଫଳତା ପରେ ‘ମନ୍ତ୍ରମୁଗ୍ଧ’ ଚଳଚ୍ଚିତ୍ର ମାଧ୍ୟମରେ ଅନୁପମ ପୁଣି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏପରି କାହାଣୀକୁ ନେଇ ଆଗରୁ କେବେ ଚଳଚ୍ଚିତ୍ର ନିର୍ମାଣ ହୋଇନାହିଁ। ବ୍ରହ୍ମପୁରର ଧରାକୋଟ ରାଜମହଲରେ ୫୦ ଦିନର ସୁଟିଂ ‘ମନ୍ତ୍ରମୁଗ୍ଧ’କୁ ଭିନ୍ନ ଦର୍ଶକୀୟ ଉପଲବ୍ଧି ଆଣିଦେବ। କେବଳ ସେତିକି ନୁହେଁ, ଚଳଚ୍ଚିତ୍ରରେ ଓଡ଼ିଶାର ସଂସ୍କୃତି, ବୈଚିତ୍ର ପ୍ରତିଫଳିତ ହେବା ସହିତ କାହାଣୀକୁ ଅଭିନବ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ରାଜମହଲ ଚଳଚ୍ଚିତ୍ରକୁ ଏକ ଭିନ୍ନ ପ୍ରେକ୍ଷାପଟ ଦେଇଥିବା ବେଳେ ଏକ ସମ୍ଭ୍ରାନ୍ତ ପୃଷ୍ଠଭୂମି ପ୍ରସ୍ତୁତ କରିଛି। ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ସନୋଜ କୁମାର, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ସୂର୍ଯ୍ୟମୟୀ ମହାପାତ୍ର, ଭୂମିକା ଦାଶ, ଦ୍ବୀପନ୍ୱିତ ଦାଶମହାପାତ୍ର, ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଜିଥିଆ, ସୋମା ହୋତା, ଭକ୍ତି ଦାସ, ପିହୁ ମହାପାତ୍ର ଓ ମିଷ୍ଟର ରାଉତ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି। ଚିତ୍ରଗ୍ରହଣରେ ଦୀପକ କୁମାର ଥିବା ବେଳେ ସମ୍ପାଦନାରେ ଅଛନ୍ତି ରଶ୍ମିରଞ୍ଜନ ଦାଶ।

ଶବ୍ଦ ବିନ୍ୟାସରେ ଶକ୍ତି ସ୍ୱରୂପ ଦ୍ବିବେଦୀ ରହିଛନ୍ତି।  କାହାଣୀ ଲେଖିଛନ୍ତି ଅନୁପମ ଓ ରୋଶନ ବିଶୋଇ। ଏହାକୁ ଚିତ୍ରନାଟ୍ୟରେ ସଜାଇଛନ୍ତି ରୋହିତ ଗେହଲୋଟ ଓ ଅନୁପମ l ପ୍ରଣବ ରଥ ସଂଳାପରେ ଥିବା ବେଳେ ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନିଶାନ୍ତ ମାଜିଥିଆ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚଳଚ୍ଚିତ୍ରରେ ୫ ଜଣ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ସଙ୍ଗୀତର ଭାର  ନ୍ୟସ୍ତ କରାଯାଇଛି। ସେମାନେ ହେଲେ ଆଶିଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟରାଜ ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe