କପିଲ ଶର୍ମାଙ୍କୁ ନୋଟିସ

Advertisment

କୃଷ୍ଣା ଅଭିଶେକ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ମଜାକ କରି କହିଥିଲେ, ‘ପଞ୍ଚଲା ଚଲୋ ରେ… ଅର୍ଥାତ ୫ଜଣଙ୍କ ସହ ଚାଲ। ଏକା ଚାଲିଲେ କୁକୁର ପଛରେ ପଡ଼ିଯିବେ।’

କୃଷ୍ଣା ଅଭିଶେକ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ମଜାକ କରି କହିଥିଲେ, ‘ପଞ୍ଚଲା ଚଲୋ ରେ… ଅର୍ଥାତ ୫ଜଣଙ୍କ ସହ ଚାଲ। ଏକା ଚାଲିଲେ କୁକୁର ପଛରେ ପଡ଼ିଯିବେ।’

77

ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ ସିଜନ-୨’ର ପ୍ରସାରଣ କିଛିଦିନ ‌ହେବ  ଆରମ୍ଭ ହୋଇଥିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛି। ଏହି ସୋ’ର ଏକ ଅଧ୍ୟାୟରେ ବିଶ୍ବକବି ରବିନ୍ଦ୍ରନାଥ ଠାକୁରଙ୍କ କବିତାକୁ ନେଇ ମଜାକ ଉଡ଼ାଯାଇଥିଲା। ଯାହାକୁ ନେଇ ବଙ୍ଗାଳି କମ୍ପ୍ୟୁନିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହାକୁ ନେଇ ବଙ୍ଗୀୟ ଭାଷୀ ମହାଭାଷା ଫାଉଣ୍ଡେସନ କପିଲ ଶର୍ମାଙ୍କୁ ନୋଟିସ ପଠାଇଛନ୍ତି। କିଛି ରିପୋର୍ଟ ଅନୁଯାୟୀ ସଲମାନଙ୍କ ପାଖକୁ ବି ଏହି ନୋଟିସ ପଠାଯାଇଛି।

ପ୍ରକାଶିତ ରିପୋନର୍ଟ ମୁତାବକ, ସଲମାନ ବି ଏହି ସୋ’ର ପ୍ରଯୋଜକ ମଧ୍ୟରୁ ଜଣେ। ସଲମାନ ଖାନଙ୍କ ଟିମର କହିବାନୁସାରେ, ସେମାନଙ୍କର ଏହି କମେଡି ସୋ’କୁ ନେଇ କୌଣସି ନେଣଦେଣ ନାହିଁ। କିଛି ଗଣମାଧ୍ୟମରେ ସଲମାନ ଖାନଙ୍କୁ ଏସକେଟିଭି ପକ୍ଷରୁ ନୋଟିସ ମିଳିଛି ବୋଲି ଖବର ପ୍ରଚାର ହେଉଛି। କାରଣ ଆମେ ନେଟଫ୍ଲିକ୍ସରେ  ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ସହିତ ଜଡ଼ିତ ଅଛୁ।

ଗତ ସପ୍ତାହରେ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ରେ ‘ଦୋ ପତ୍ନୀ’ ସିନେମାର ଷ୍ଟାର  କାଷ୍ଟ କାଜୋଲ ଓ କୃତି ସେନନ ପହଞ୍ଚିଥିଲେ। ଏହି ଅଧ୍ୟାୟରେ କୃଷ୍ଣା ଅଭିଶେକ ଜ୍ୟାକି ଶ୍ରଫଙ୍କ ନକଲ କରି ଅଭିନୟ କରିଥିଲେ। ଏହି ଅଭିନୟରେ ସେ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ଦେଇଥିଲେ।  କୃଷ୍ଣା ମଜାକ କରି କହିଥିଲେ, ‘ପଞ୍ଚଲା ଚଲୋ ରେ… ଅର୍ଥାତ ୫ଜଣଙ୍କ ସହ ଚାଲ। ଏକା ଚାଲିଲେ କୁକୁର ପଛରେ ପଡ଼ିଯିବେ।’

ଏହି ଅଧ୍ୟାୟ ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇ ଥିବା ବେଳେ ବଙ୍ଗାଳି ସମୁଦାୟକୁ ଏହା ପସନ୍ଦ ଆସି ନଥିଲା। ସେମାନେ ଏହି ଅଧ୍ୟାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe