୨୦୨୬ରେ ଓଡ଼ିଆ ସିନେଶିଳ୍ପର ଅଧିକାଂଶ ନାୟିକାଙ୍କ ଅଭିନୀତ ଚଳଚ୍ଚିତ୍ର ରିଲିଜ୍ ହେବ। ଆଗଧାଡ଼ିର ନାୟିକା ଏଲିନାଙ୍କ ‘ରକ୍ତ ଗୋଲାପ’ ଏବଂ ଭୂମିକା ଦାଶଙ୍କ ‘ଚକ୍ରାନ୍ତ’ ଓ ‘ମନ୍ତ୍ରମୁଗ୍ଧ’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ସେହିପରି ଶିବାନୀଙ୍କୁ ଚଳିତ ବର୍ଷ ‘ଦି ମିଲେଟ୍ ଷ୍ଟୋରି’ ଓ ‘ଗଣ୍ଡ ଭୈରବ’ରେ ଦେଖିବାକୁ ମିଳିବ। ତେଣେ ସୂର୍ଯ୍ୟମୟୀଙ୍କୁ ଏ ବର୍ଷ ଏକାଧିକ ଛବିରେ ଦେଖିବାକୁ ମିଳିବ। ଏଥିମଧ୍ୟରେ ରହିଛି ‘ମନ୍ଷ୍ଟର୍’, ‘ମନ୍ତ୍ରମୁଗ୍ଧ’, ‘ବିଗୁଲ୍ ୨’, ‘କାନତରାଟି’, ‘ବରବଧୂ’, ‘ଯେ ପକ୍ଷୀ ଉଡ଼େ ଯେତେ ଦୂର’, ‘ନାୟିକା’ ଓ ‘ଲାଲମାଟି’। ଏହାଛଡ଼ା ସେ ‘ରକ୍ତ ଗୋଲାପ’ରେ ଏକ ଆଇଟମ୍ ଗୀତରେ ବି ନଜର ଆସିବେ।
୨୦୨୬ରେ ନିଜ ଅଭିନୀତ ସିନେମାର ରିଲିଜ୍କୁ ଅପେକ୍ଷା କରିଛନ୍ତି ଓଲିଉଡ୍ର ଆଗଧାଡ଼ିର ନାୟିକା...
ସୁପ୍ରିୟା ଓ ପୁନମ୍ ଏ ବର୍ଷ ‘ରାମରାଜ୍ୟ’ରେ ନଜର ଆସିବେ। ଅଭିଜ୍ଞ ନାୟିକା ଅନୁ ଚୌଧୁରୀ ଓ ଅନନ୍ୟା ମିଶ୍ର ‘ଜୟହିନ୍ଦ’ର ରିଲିଜକୁ ଅପେକ୍ଷା କରିଛନ୍ତି। ପ୍ରକୃତିଙ୍କ ‘ବିନ୍ଦୁସାଗର’ ଏଥର ବଡ଼ପରଦାକୁ ଆସିବ। ଦିବ୍ୟା ୨୦୨୬ରେ ନିଜ ଅଭିନୀତ ସିନେମା ‘ଛକିଶୂନ’କୁ ଅପେକ୍ଷା କରିଛନ୍ତି। ଏଣେ ପ୍ରିୟମ୍ବଦା ନିଜର ଆଗାମୀ ସିନେମା ‘ରକ୍ତଲୀଳା’କୁ ନେଇ ଉତ୍ସାହିତ ଅଛନ୍ତି। କୁକିଜ୍ ‘ଜୟହିନ୍ଦ’, ‘କେମିତି ଏ ବନ୍ଧନ’ର ଅପେକ୍ଷାରେ ଅଛନ୍ତି। ଏଣେ ଅନୁରାଧା ‘ପରୀ’ର ଅପେକ୍ଷାରେ ଅଛନ୍ତି। ପ୍ରିୟଙ୍କା ସାହୁ ‘କେମିତି ପ୍ରେମ’, ‘ଇଶ୍କ ଟ୍ରାଫିକ୍’ ଓ ‘ମୁଁ ତୁମକୁ ଭଲପାଏ’, ପ୍ରିୟଙ୍କା ପାଣିଗ୍ରାହୀ ‘ଆଶିକ୍ ଦିୱାନା’ର ଅପେକ୍ଷାରେ ଅଛନ୍ତି। ତେଣେ ଅଙ୍କିତା ଦାଶ ଆଶାବାଦୀ ଯେ ଏ ବର୍ଷ ତାଙ୍କ ଅଭିନୀତ ‘ଇଶ୍କୱାଲା ଲଭ୍’ ରିଲିଜ୍ ହେବ। ଦିବ୍ୟାସ୍ନାତା ‘ଲ୍ୟାଣ୍ଡଫଲ୍’ ଅପେକ୍ଷାରେ ରହିଛନ୍ତି।
Horoscope 2026 January 10: ଜାଣନ୍ତୁ ଆଜିର ରାଶିଫଳ
ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ଏ ବର୍ଷ ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ ତଥା ବବି ଇସଲାମ୍ଙ୍କ ନିର୍ଦ୍ଦେଶିତ ନୂଆ ସିନେମାରେ ଦେଖିବାକୁ ପାଇପାରନ୍ତି ଦର୍ଶକ। ନାୟିକା ସ୍ବପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଦୁଇଟି ଓଡ଼ିଆ ଛବି ‘ସ୍ବାଗ୍ ରାଜା’ ଓ ‘ଲାଇନ୍ବାଲା’ ମୁକ୍ତିଲାଭ କରିବ। ରୀୟା ଦେଙ୍କ ଆଶିକ୍ ଦିୱାନା’, ‘ପବିତ୍ରବନ୍ଧନ’ ଓ ‘ଯୋଉଠି ଥିଲେ ବି ତୁ ମୋର’ ୨୦୨୬ରେ ମୁକ୍ତିଲାଭ କରିପାରେ। ତେବେ ଅର୍ଲିନ୍ ଅଙ୍କିତାଙ୍କୁ ୨୦୨୫ ତୁଳନାରେ ୨୦୨୬ରେ ଅଧିକ ସଂଖ୍ୟକ ଓଡ଼ିଆ ସିନେମାରେ ଦେଖିବାକୁ ମିଳିପାରେ। ଏଥିମଧ୍ୟରେ ‘ମୋହନଗିରି’, ‘ହିଟଲର୍’, ‘ଲାଡ୍ଡୋ’, ‘ଏଡବ୍ଲୁଏମ୍’, ‘ଶାହାଜାହାନ୍’, ‘ମୁନ୍ନା ଭାଇ ବିବିଏସଆର୍’ ଆଦି ରହିଛି। ତୃପ୍ତି ମୀରାମ୍ବିକା ‘ମଙ୍ଗଳପୁର ଡାଏରୀ’, ‘ହିରଣ୍ମୟୀ’, ‘ବବି ଆଉ ବେବି’ ଓ ‘ମୋହନଗିରି’ ଭଳି ସିନେମାରେ ନଜର ଆସିବେ।
-ଶିବଶଙ୍କର ଓଝା
Amit Shah: ଆତଙ୍କବାଦ ବିରୋଧରେ ପରବର୍ତ୍ତୀ ପିଢ଼ିର ସୁରକ୍ଷା କବଚ ସାଜିବ ଏନ୍ଆଇଡିଏମ୍ଏସ୍: ଶାହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/10/sfhfhhfhf-2026-01-10-01-41-08.jpg)