ମନ ମୋହୁଛି ‘ମନ୍ତ୍ରମୁଗ୍ଧ’ର ଜଲ୍‌ସା ଗୀତ

ସବୁଠି ଜଲ୍‌ସାର ଜଲ୍‌ୱା। ସାତରୁ ସତୁରି ପିଲାଠୁ ବୁଢ଼ାଯାଏ ସମସ୍ତେ ମତୁଆଲା ଏହି ଗୀତରେ। ‘ମନ୍ତ୍ରମୁଗ୍ଧ’ ଚଳଚ୍ଚିତ୍ରର ଏହି ଗୀତଟି ମନ୍ତ୍ରମୁଗ୍ଧ କରିଛି ଶ୍ରୋତା ତଥା ଦର୍ଶକଙ୍କୁ। ମୁକ୍ତିଲାଭ କରିବାର ପ୍ରଥମ ୧୪ ଘଣ୍ଟାରେ ୧,୦୦,୦୦୦ ଦର୍ଶକ ଦେଖିସାରିଥିବା ବେଳେ....

fhsfhshffh

ସବୁଠି ଜଲ୍‌ସାର ଜଲ୍‌ୱା। ସାତରୁ ସତୁରି ପିଲାଠୁ ବୁଢ଼ାଯାଏ ସମସ୍ତେ ମତୁଆଲା ଏହି ଗୀତରେ। ‘ମନ୍ତ୍ରମୁଗ୍ଧ’ ଚଳଚ୍ଚିତ୍ରର ଏହି ଗୀତଟି ମନ୍ତ୍ରମୁଗ୍ଧ କରିଛି ଶ୍ରୋତା ତଥା ଦର୍ଶକଙ୍କୁ। ମୁକ୍ତିଲାଭ କରିବାର ପ୍ରଥମ ୧୪ ଘଣ୍ଟାରେ ୧,୦୦,୦୦୦ ଦର୍ଶକ ଦେଖିସାରିଥିବା ବେଳେ ଏହି ଖବର ଲେଖାଯିବା ବେଳକୁ ୩,୫୦, ୦୦୦ ଦର୍ଶକ ଦେଖିସାରିଥିଲେ, ଯାହା ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ସର୍ବକାଳୀନ ରେକର୍ଡ। ତେବେ ଉଲ୍ଲେଖନୀୟ କଥାଟି ହେଉଛି ଜଲ୍‌ସା ଗୀତକୁ ଓଡ଼ିଆ ଚଳଚ୍ଚିତ୍ରର ସବୁଠୁ ଦାମୀ ବା ବ୍ୟୟବହୁଳ ଗୀତ କୁହାଯାଇପ‌ାରେ। ଏହାର ନିର୍ମାଣ ପାଇଁ  ପାଖାପାଖି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଖି ଝଲସା ଆଲୋକ ସଙ୍ଗକୁ ଅତ୍ୟାଧୁନିକ ଡ୍ୟାନ୍ସ ଫ୍ଲୋର୍‌ ଓ ଆକର୍ଷଣୀୟ ସେଟ୍ ଜଲ୍‌ସାର ଫିବର୍‌କୁ ଦ୍ବିଗୁଣିତ କରିଛି। ଯୁବବର୍ଗର ଶ୍ରୋତା ଓ ଦର୍ଶକ ଏହାକୁ ନେଇ ସର୍ବାଧିକ ରିଲ୍‌ସ୍‌ ବନାଇବାରେ ବ୍ୟସ୍ତ।

ଫିଲ୍ମ ‘ମନ୍ତ୍ରମୁଗ୍ଧ’ର ଏହି ଗୀତର ପରିକଳ୍ପନା କରିଛନ୍ତି ଯୁବ ପ୍ରଯୋଜିକା ବର୍ଷା ପଟ୍ଟନାୟକ ଓ ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ସଙ୍ଗୀତ ଦେଇଛନ୍ତି ଆଶିଷ ପ୍ରଧାନ। ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ସାମ୍ପ୍ରତିକ ସମୟର ସବୁଠୁ ଚର୍ଚ୍ଚିତ ନାଁ ଅମିତ। ମନୋଜ କୁମାର ପଣ୍ଡା ରଚନା କରିଥିବା ଏହି ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ। ଗୀତଟି ସନୋଜ, ସୂର୍ଯ୍ୟମୟୀ, ସୌରଭ, ମନ୍ମୟ, ନିଶାନ୍ତ ଓ ପିହୁଙ୍କ ଉପରେ ରୂପାୟିତ ହୋଇଛି। ଦୃଶ୍ୟଗ୍ରହଣରେ ଦୀପକ କୁମାର ଥିବା ବେଳେ ସମ୍ପାଦନାରେ ଅଛନ୍ତି ରଶ୍ମିରଞ୍ଜନ ଦାସ। ଶବ୍ଦ ବିନ୍ନ୍ୟାସରେ ଶକ୍ତି ସ୍ୱରୂପ ଦ୍ବିବେଦୀ ଥିବା ବେଳେ କଳାରେ ଅଛନ୍ତି ସୁଧାଂଶୁଭୂଷଣ ମହାନ୍ତି। ଆଗକୁ ଅଛି ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜା ତା ସଙ୍ଗକୁ ପୁଣି ମେଲୋଡି ସିଜିନ୍‌। ଆଶା ପୂଜା ବଜାରରେ ଏହି ଗୀତଟି ଧମାଲ୍‌ ମଚେଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe