ଫିଲ୍ମ ‘ଲଡ଼ାଇ’ରେ ଏହି କାରଣ ପାଇଁ ଅନୁପମ ଖେର୍‌ଙ୍କୁ ଚୁମ୍ବନ ଦେବା ପାଇଁ ମନା କରି ଦେଇଥିଲେ ଅର୍ଚ୍ଚନା ପୂରଣ ସିଂହ

Advertisment
ଫିଲ୍ମ ‘ଲଡ଼ାଇ’ରେ ଏହି କାରଣ ପାଇଁ ଅନୁପମ ଖେର୍‌ଙ୍କୁ ଚୁମ୍ବନ ଦେବା ପାଇଁ ମନା କରି ଦେଇଥିଲେ ଅର୍ଚ୍ଚନା ପୂରଣ ସିଂହ

Times Now

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ନେଇ ଏକ ଅଜଣା କଥା ସାମ୍ନାକୁ ଆସିଛି । ଫିଲ୍ମ ‘ଲଡ଼ାଇ’ରେ ଦୁହିଁଙ୍କର ଏକ ଚୁମ୍ବନ ଦୃଶ୍ୟ ଥିବା ବେଳେ ଅର୍ଚ୍ଚନା ଏହି ଦୃଶ୍ୟକୁ ସୁଟ୍‌ କରିବା ପାଇଁ ମନା କରି ଦେଇଥିଲେ । ଫଳରେ ଫିଲ୍ମର ନିର୍ଦ୍ଦେଶକଙ୍କୁ ବାଧ୍ୟ ହୋଇ ସେ ଦୃଶ୍ୟକୁ ହଟାଇବାକୁ ପଡ଼ିଥିଲା ।

publive-image Odisha Film Fan Club

ସୂଚନା ମୁତାବକ, ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ’ରେ ଯୋଗ ଦେଇଥିଲେ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ । ଏହି ସମୟରେ ସୋ’ର ଜଜ୍‌ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ତାଙ୍କୁ ଦେଖି ନିଜର ପୁରୁଣା ଦିନକୁ ମନେ ପକାଇଥିଲେ । ଫିଲ୍ମ ‘ଲଡ଼ାଇ’ରେ ତାଙ୍କର ଚୁମ୍ବନ ଦୃଶ୍ୟ ବିଷୟରେ କହିଥିଲେ, ମୁଁ ପୂର୍ବରୁ କେବେ ହେଲେ ପରଦାରେ ଏଭଳି ଦୃଶ୍ୟ କରି ନ ଥିବାରୁ ନିର୍ଦ୍ଦେଶକଙ୍କୁ ଏଭଳି ଦୃଶ୍ୟ କରି ପାରିବି ନାହିଁ ବୋଲି ମନା କରିଥିଲି । ମୁଁ ସହଜ ଅନୁଭବ କରୁନାହିଁ ବୋଲି ଜାଣି ଅନୁପମ ନିର୍ଦ୍ଦେଶକଙ୍କୁ ଦୃଶ୍ୟଟି ହଟାଇବାକୁ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe