ବକ୍ସ ଅଫିସରେ ଧମାଲ କରୁଛି ‘ଦ କଶ୍ମୀର ଫାଇଲ୍ସ’, ୯ମ ଦିନରେ କରି ସାରିଲାଣି ଏତିକି କୋଟିର ଆୟ

Advertisment
ବକ୍ସ ଅଫିସରେ ଧମାଲ କରୁଛି ‘ଦ କଶ୍ମୀର ଫାଇଲ୍ସ’, ୯ମ ଦିନରେ କରି ସାରିଲାଣି ଏତିକି କୋଟିର ଆୟ

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ କ୍ରମାଗତ ଭାବେ ଅଭୂତପୂର୍ବ ବ୍ୟବସାୟ କରି ଚାଲିଛି। ପ୍ରତ୍ୟେକ ଦିନ ଏହି ଚଳଚ୍ଚିତ୍ର ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଛି। କଶ୍ମୀର ପଣ୍ଡିତଙ୍କ ଦୁଃଖ ଉପରେ ଆଧାରିତ ଏହି ସିନେମାକୁ ଦେଖି ଦର୍ଶକ ଭାବ ବିହ୍ବଳ ହୋଇପଡ଼ୁଛନ୍ତି। ରିଲିଜର ୯ମ ଦିନରେ ପହଞ୍ଚିଥିବା ଏହି ସିନେମା ବକ୍ସ ଅଫିସରେ ୨୪.୮୦କୋଟି ଟଙ୍କାର ଆୟ କରିଥିବା ଜଣାପଡ଼ିଛି।

ଗତ ଶନିବାର ବି‌ବେକ ଅଗ୍ନିହୋତ୍ରୀଙ୍କ ସିନେମା ୨୪.୫୦କୋଟିର ଆୟ କରିଥିବା ବେଳେ ହୋଲିରେ ଏହା ୧୯.୧୫କୋଟି ଟଙ୍କାରେ ପହଞ୍ଚିଯାଇଥିଲା। ଏଯାବତ ଏହି ସିନେମା ୧୪୦.୯୫କୋଟିର ଆୟ କରିଛି। ସିନେମା ପ୍ରତି ଥିବା ଲୋକଙ୍କ କ୍ରେଜକୁ ଦେଖି ଏହା ଆଗାମୀ ଛୁଟିଦିନରେ ଆହୁରି ଅଧିକ ଆୟ କରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ବି‌ବେକ ଅଗ୍ନିହୋତ୍ରୀଙ୍କ ଓଟିଟିରେ ‘ଦ କଶ୍ମୀର ଫାଇଲ୍ସ’ ଉପରେ ସିରିଜ ତିଆରି କରିବାକୁ ଯୋଜନା କରୁଛନ୍ତି। ଏମିତି ହେଲେ ‘ଦ କଶ୍ମୀର ଫାଇଲ୍ସ’ ଓଟିଟିରେ ଏକ ନୂଆ ଇତିହାସ ରଚିବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe