ମାଙ୍କଡ଼ ନେଇଗଲା ସାମନ୍ଥାଙ୍କ ଚଷମା

ମାଙ୍କଡ଼ ନେଇଗଲା ସାମନ୍ଥାଙ୍କ ଚଷମା

ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିକଟରେ ଅଭିନୟରୁ ଏକ ବର୍ଷର ବିରତି ନେବା ସମ୍ପର୍କରେ ଘୋଷଣା କରିଥିଲେ। ଏହା ପରେ ସେ ବାନ୍ଧବୀ ଅନୁଶା ସ୍ବାମୀଙ୍କ ସହିତ ଇଣ୍ଡୋନେସିଆକୁ ଛୁଟି କାଟିବାକୁ ବାହାରି ପଡ଼ିଥିଲେ। ବାଲିରେ ଅବତରଣ କରିବା ପରେ ସେମାନେ କାର୍‌ ଯୋଗେ ବୁଧବାର ଉଲୁୱାଟୁ ଯାଇଥିଲେ। ଜଙ୍ଗଲ ରାସ୍ତା ଦେଇ ଯିବା ବେଳେ ଦୁଷ୍ଟ ମାଙ୍କଡ଼ମାନଙ୍କ ସହିତ ସାମନ୍ଥା ମୁହାଁମୁହିଁ ହୋଇଥିଲେ। ଅଟକି ଫଟୋ ଉଠାଇବା ସମୟରେ ଏକ ଚତୁର ମାଙ୍କଡ଼ ତାଙ୍କ ଚଷମା ଚୋରାଇ ନେଇଥିଲା ବୋଲି ସାମନ୍ଥା ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରକାଶ କରିଛନ୍ତି। ଜଣେ ବ୍ୟକ୍ତି ମାଙ୍କଡ଼ଠାରୁ ତାଙ୍କ ଚଷମା ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ନିଜ ଚଷମା ହରାଇବା ପରେ ସାମନ୍ଥା ଲେଖିଛନ୍ତି ଯେ ଅନ୍ତତଃ ପକ୍ଷେ ମାଙ୍କଡ଼ଟିର ଚଷମା ରୁଚି ଖୁବ୍ ଭଲ। ସାମନ୍ଥାଙ୍କ ଏକ ବର୍ଷର ବିରତି ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଥିଲା। ‘ସିଟାଡେଲ୍ ଇଣ୍ଡିଆ’ ଓ ‘କୁସି’ ଚଳଚ୍ଚିତ୍ରର ସୁଟିଂ ସାରିବା ପରେ ସେ ଆଉ କୌଣସି ତେଲୁଗୁ, ତାମିଲ ବା ବଲିଉଡ୍‌ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ଏକ ବର୍ଷ ମଧ୍ୟରେ ସେ ପ୍ରାୟ ୧୦ରୁ ୧୨ କୋଟି ଟଙ୍କା ହରାଇବେ ବୋଲି ଆକଳନ କରାଯାଉଛି। ବିରତି ସମୟରେ ସେ ନିଜ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe