ପରବର୍ତ୍ତୀ ବଲିଉଡ୍‌ ସୁପରଷ୍ଟାର୍‌ ଅଲାୟା !

Advertisment
ପରବର୍ତ୍ତୀ ବଲିଉଡ୍‌ ସୁପରଷ୍ଟାର୍‌ ଅଲାୟା !

The Hans India

ଅଲାୟା ଏଫ୍ ନୂଆ ପିଢ଼ିର ଜଣେ ଉଜ୍ଜ୍ବଳ ଅଭିନେତ୍ରୀ, ଯାହାଙ୍କ ଠାରେ ଦକ୍ଷତା, ଉତ୍ସାହ ଓ ତେଜର ଅଭାବ ନାହିଁ। ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଲାୟାଙ୍କ ସ୍ବାତନ୍ତ୍ର୍ୟ ଓ ଦକ୍ଷତାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ ସେ ହେଉଛନ୍ତି ବଲିଉଡ୍‌ର ପରବର୍ତ୍ତୀ ସୁପର୍‌ଷ୍ଟାର୍ ହେବାର ଅନ୍ୟତମ ଶ୍ରେଷ୍ଠ ଦାବିଦାର। ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି ଯେ ସେ ଅଲାୟାଙ୍କୁ ଖୁବ୍ ପସନ୍ଦ କରନ୍ତି। ଅଲାୟା ଅନ୍ୟ ସଭିଙ୍କ ଭଳି ହେବାକୁ ଚେଷ୍ଟା କରୁ ନାହାନ୍ତି। ତେବେ ପ୍ରିୟଙ୍କା ଏ ନେଇ ନିଶ୍ଚିତ ନୁହନ୍ତି, କିଛି ବର୍ଷ ପରେ ହିଁ ତାଙ୍କର ଅନୁମାନ ଠିକ୍ ବା ନୁହଁ ତାହା ସ୍ପଷ୍ଟ ଜଣାପଡ଼ିବ।

ପ୍ରିୟଙ୍କାଙ୍କୁ ନିଜର ଆଦର୍ଶ ମଣୁଥିବା ଅଲାୟା ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରଶଂସା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ଅଲାୟା ନିଜର ଉତ୍ସାହ ବ୍ୟକ୍ତ କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ସବୁଠାରୁ ପ୍ରିୟ ଅଭିନେତ୍ରୀ (ପ୍ରିୟଙ୍କା) ତାଙ୍କୁ ବଲିଉଡ୍‌ର ପରବର୍ତ୍ତୀ ସୁପରଷ୍ଟାର୍ ଭାବେ ବାଛିଥିବା କଥା ଠାରୁ ଅଧିକ ସୁଖଦ ଅନୁଭୂତି କିଛି ନାହିଁ। ଏ ଯାଏଁ ଅଲାୟା ମାତ୍ର ତିନିଟି ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସବୁଥିରେ ତାଙ୍କର ଅଭିନୟ ଓ ସୌନ୍ଦର୍ଯ୍ୟକୁ ଦର୍ଶକ ପସନ୍ଦ କରିଆସିଛନ୍ତି। ଅଲାୟା ଏଫ୍ ଶେଷ ଥର ଅନୁରାଗ କଶ୍ୟପଙ୍କ ‘ଅଲ୍‌ମୋଷ୍ଟ ପ୍ୟାର୍ ଓ୍ୱିଥ୍‌ ଡିଜେ ମହୋବ୍ବତ’ ଚଳଚ୍ଚିତ୍ରରେ ଦେଖା ଦେଇଥିଲେ। ଏ ବର୍ଷ ଆଗକୁ ତାଙ୍କ ଅଭିନୀତ ‘ୟୁ-ଟର୍ନ’, ‘ଏକ ଔର ଗଜବ କାହାନୀ’ ଓ ‘ଶ୍ରୀ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି। ହଲିଉଡ୍‌ରେ ଯାଇ ନାଁ କରିଥିବା ପ୍ରିୟଙ୍କାଙ୍କ ସଦିଚ୍ଛା ୨୫ ବର୍ଷୀୟା ଅଲାୟାଙ୍କ କ୍ୟାରିୟର୍‌କୁ ପ୍ରୋତ୍ସାହିତ କରିବ ବୋଲି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe