ମାସିକ ଧର୍ମର ପ୍ରଥମ ଅଭିଜ୍ଞତାକୁ ଖୋଲା ଖୋଲି ଭାବେ ପ୍ରକାଶ କଲେ ଅଭିନେତ୍ରୀ ଟୁଇଙ୍କିଲ୍‌ ଖାନ୍ନା

ମାସିକ ଧର୍ମର ପ୍ରଥମ ଅଭିଜ୍ଞତାକୁ ଖୋଲା ଖୋଲି ଭାବେ ପ୍ରକାଶ କଲେ ଅଭିନେତ୍ରୀ ଟୁଇଙ୍କିଲ୍‌ ଖାନ୍ନା

ମୁମ୍ବାଇ: ଆପଣ ଯଦିଓ ଜାଣିଥିବେ ଅଭିନେତା ଅକ୍ଷୟ କୁମାରଙ୍କୁ ପତ୍ନୀ ଟୁଇଙ୍କିଲ୍‌ ଖାନ୍ନା ପ୍ରତିଟି ପରିସ୍ଥିତିରେ ସମର୍ଥନ କରିଆସିଛନ୍ତି। ଅକ୍ଷୟଙ୍କ ଫିଲ୍ମ ପାଇଁ ଅଧିକାଂଶ ସମୟରେ ଟୁଇଙ୍କିଲ୍‌ ପ୍ରମୋସନ କରୁଥିବାର ଦେଖିବାକୁ ମିଳିଥାନ୍ତି। ଏଥର ବି ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ପ୍ୟାଡମ୍ୟାନ୍‌’ ପାଇଁ ପ୍ରମୋସନ୍‌ ଆରମ୍ଭ କରି ଦେଇଛନ୍ତ ଟୁଇଙ୍କିଲ୍‌। ଏକଥା ତ ଆପଣଙ୍କୁ ଜଣାଥିବ ଯେ ଅକ୍ଷୟଙ୍କର ଏହି ‘ଦ ପ୍ୟାଡମ୍ୟାନ୍‌’ ଚଳଚ୍ଚିତ୍ରଟି ମହିଳାମାନଙ୍କ ମାସିକଧର୍ମ ସଂପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରୁଛି।

publive-image

ଏଣେ ଯାହାକୁ ସମାଜ ଏକ ଲଜ୍ଜାଜନକ ବିଷୟ ବୋଲି ବିବେଚନା କରେ ତାହାକୁ ଅଭିନେତ୍ରୀ ଟୁଇଙ୍କିଲ୍‌ ଅତ୍ୟନ୍ତ ଖୋଲା ଖୋଲି ଭାବେ ଗଣମାଧ୍ୟମରେ ପ୍ରକାଶ ନିଜର ଉଚ୍ଚ ଚିନ୍ତାଧାରା ପାଇଁ ଚର୍ଚ୍ଚା ପାଲଟିଛନ୍ତି। ଟୁଇଙ୍କିଲ୍‌ ନିଜର ପ୍ରଥମ ଋତୁସ୍ରାବ ବିଷୟରେ ଖୋଲା ଖୋଲି ଭାବେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କି ‘ମୁଁ ଯେତେବେଳେ ବୋର୍ଡିଂ ସ୍କୁଲ୍‌ରେ ପଢୁଥିଲି ସେତେବେଳେ ପ୍ରଥମକରି ମୋର ଋତୁସ୍ରାବ ହୋଇଥିଲା। ସେଠାରେ ମୋତେ ସେ ସବୁ ବିଷୟରେ ସଚେତନ କରାଇବା ପାଇଁ ମୋ ମାଆ କିମ୍ବା ମାଉସୀ ନଥିଲେ। ଦିନେ ସ୍କୁଲ୍‌ କ୍ୟାଣ୍ଟିନ୍‌ରେ ମୋତେ ଅନୁଭବ ହେଲା ଯେ ମୋ ପୋଷାକରେ ଦାଗ ଲାଗିଯାଇଛି। ମୁଁ ପୋଷାକ ବଦଳାଇବା ପାଇଁ କକ୍ଷକୁ ଗଲି। ମୁଁ ନିଜକୁ ଏବେ ବି ଭାଗ୍ୟଶାଳୀ ମନେ କରେ ଯେ ସେ ଦାଗ ଖାଲି ମୁଁ ଦେଖିପାରିଥିଲି। ମାତ୍ର ଗତ ବର୍ଷ ଅଗଷ୍ଟ ମାସରେ ଦକ୍ଷିଣ ଭାରତର ଜଣେ ଶିକ୍ଷକ ଜନୈକା ୧୨ ବର୍ଷୀୟା ଝିଅକୁ ସେହି କାରଣରୁ ଶ୍ରେଣୀରୁ ବାହାରକୁ ବାହାର କରିଦେଇଥିଲେ। ସେଥିପାଇଁ ଝିଅଟି ବାଲ୍‌କୋନିରୁ ଡେଇଁ ଜୀବନ ବି ହାରି ଦେଇଥିଲା। ଏକ ଶାରୀରିକ କ୍ରିୟା ପ୍ରତି ସମାଜ ଏପରି ଧାରଣା କାହିଁକି ରଖେ? ମୋର ବିଶ୍ୱାସ ‘ଦ ପ୍ୟାଡମ୍ୟାନ୍‌’ ଚଳଚ୍ଚିତ୍ର ମହିଳାମାନଙ୍କ ମାସିକ ଧର୍ମକୁ ନେଇ ଲୋକଙ୍କ ମନରୁ ସଂକୋଚ ଦୂର କରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe