ବଲିଉଡ୍‌ ଛାଡ଼ିବା ପଛରେ ଅତିବାସ୍ତବ ଅନୁଭୂତି: ଲୌରେନ

Advertisment
ବଲିଉଡ୍‌ ଛାଡ଼ିବା ପଛରେ ଅତିବାସ୍ତବ ଅନୁଭୂତି: ଲୌରେନ

India Today

ଆମେରିକୀୟ ନୃତ୍ୟାଙ୍ଗନା-ଅଭିନେତ୍ରୀ ଲୌରେନ ଗୋଟ୍‌ଲିବ୍‌ ରେମୋ ଡିସୁଜାଙ୍କ ଚଳଚ୍ଚିତ୍ର ‘ଏବିସିଡି’ ଜରିଆରେ ବଲିଉଡ୍‌ ଜଗତରେ ପଦ ଦେଇ ପ୍ରଥମରୁ ଦର୍ଶକଙ୍କ ମନରେ ଗଭୀର ଛାପ ପକାଇବାରେ ସଫଳ ହୋଇଥିଲେ। ସେହି କାରଣରୁ ତାଙ୍କୁ ‘ଏବିସିଡି ୨’ ସମେତ ବିଭିନ୍ନ ଭାରତୀୟ ନୃତ୍ୟ ରିଆଲିଟି କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିଲା। ଏକ ସମୟରେ ସେ ଈର୍ଷଣୀୟ ଲୋକପ୍ରିୟତା ହାସଲ କରିପାରିଥିଲେ। କିନ୍ତୁ ହଠାତ୍‌ ସେ ଭାରତୀୟ ମନୋରଂଜନ ଶିଳ୍ପରେ ଲୋଭନୀୟ କ୍ୟାରିୟର୍‌ ଛାଡ଼ି ନିଜ ଦେଶ ଯୁକ୍ତରାଷ୍ଟ୍ର ଆମେରିକା ଫେରି ଯାଇଥିଲେ। ନିକଟରେ ଟେଲିଭିଜନ୍‌ ଉପସ୍ଥାପକ ମନୀଷ ପାଲ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଲୌରେନଙ୍କ ସହିତ ଏକ ମନଖୋଲା ବାର୍ତ୍ତାଳାପର ଭିଡିଓ ଛାଡ଼ିଛନ୍ତି। ସେଥିରେ ଲୌରେନ ବଲିଉଡ୍‌ ଛାଡ଼ିବା ପଛରେ ଥିବା ଅତିବାସ୍ତବ କାରଣ ପ୍ରକାଶ କରିଛନ୍ତି। ଲୌରେନ କହିଛନ୍ତି ଯେ ଦିନେ ରାତିରେ ସେ ଶୋଇଥିବା ଅବସ୍ଥାରେ ସେ ନିଜ ଶରୀରରୁ ବାହାରିଯିବାର ଅନୁଭବ କରିଥିଲେ। ତାଙ୍କୁ ଲାଗିଲା ଯେ ତାଙ୍କ ଦେହରୁ ସବୁତକ ବାୟୁ ବାହାରିଯାଉଛି। ମୃତ୍ୟୁ ଏମିତି ଆସେ ବୋଲି ସେ ଭାବିନେଇଥିଲେ। କିନ୍ତୁ ବାସ୍ତବରେ ନିଜ ଜନ୍ମ ସମୟର ଅଭିଜ୍ଞତାକୁ ସେ ପୁଣି ଥରେ ଅଙ୍ଗେ ନିଭାଉଥିଲେ।

ଲୌରେନ ଜନ୍ମ ହେବା ବେଳେ ନାଭିର ନାଡ଼ି ତାଙ୍କ ବେକରେ ଛନ୍ଦି ହୋଇଯାଇଥିଲା। ତେଣୁ ଜନ୍ମ ପରେ କେବଳ ମାଆ କିମ୍ବା ଶିଶୁ ବଞ୍ଚିବ ବୋଲି ଡାକ୍ତର ଆଶଙ୍କା କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଦୁହିଁଙ୍କର ଜୀବନ ବଞ୍ଚିଯାଇଥିଲା। କିନ୍ତୁ ଜନ୍ମ ବେଳେ ଲୌରେନଙ୍କ ନାକ ହାଡ଼ ଭାଙ୍ଗିଯାଇଥିଲା। ଏହି ପୁନର୍ଜନ୍ମ ଅଭିଜ୍ଞତା ପରେ ଲୌରେନ ଛିଡ଼ା ହୋଇ ଯେଉଁ ପାଦ ପକାଇଥିଲେ ତାଙ୍କୁ ତାହା ଜୀବନରେ ପ୍ରଥମ ଥର ଚାଲିଲା ଭଳି ଲାଗିଥିଲା। ଏହା ପରେ ସେ ନିଜ ଜୀବନର ଗତିପଥ ସମ୍ପର୍କରେ ଆତ୍ମସମୀକ୍ଷା କରିଥିଲେ। ଏଥିରୁ ଯେଉଁ ମୁଖ୍ୟ ନିର୍ଯାସ ବାହାରିଥିଲା ତାହା ହେଲା ଯେ ସେ ଭାରତରେ ଥିବା ବେଳେ ଯଦି ତାଙ୍କ ପିତାମାତାଙ୍କର କିଛି ହୋଇଯାଏ ତାହେଲେ କ’ଣ ହେବ? ତେଣୁ ସେ ଚକ୍‌ମକ୍‌ ଗ୍ଲାମର୍‌ ଦୁନିଆ ଛାଡ଼ି ନିଜ ପିତାମାତା ଓ ପରିବାର ନିକଟକୁ ଫେରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe