Republic World
ଡବ୍ଲୁଡବ୍ଲୁଇର ରେସଲର୍ ତଥା ହଲିଉଡ୍ ଅଭିନେତା ଦ ରକ୍ ଓରଫ୍ ଡ୍ବେନ୍ ଜନସନ୍ ଆମେରିକାର ରାଷ୍ଟ୍ରପତି ହେବାକୁ ଚାହାନ୍ତି। ତାଙ୍କୁ ଆମେରିକାର ୪୬ ପ୍ରତିଶତ ଲୋକ ଆଗାମୀ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହାନ୍ତି। ନିକଟରେ ଆମେରିକାରେ ହୋଇଥିବା ଏକ ସର୍ଭେ ମୁତାବକ ଅଭିନେତା ତାରକାରେ ତାଙ୍କୁ ସର୍ବାଧିକ ଭୋଟ୍ ମିଳିଛି। ଏପରିକି ହଲିଉଡ୍ ନାୟିକା ଆଞ୍ଜେଲିନା ଜୋଲିଙ୍କୁ ମଧ୍ୟ ସେ ଭୋଟିଂ ପ୍ରତିଶତରେ ପଛରେ ପକାଇଛନ୍ତି।
ଏଭଳି ଭୋଟିଂ ସର୍ଭେ ସାମ୍ନାକୁ ଆସିବା ପରେ ଜନସନ୍ ଏକ ମଜାଦାର୍ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଆମ ପୂର୍ବପୁରୁଷ କେବେ ଭାବିନଥିବେ ଯେ ଜଣେ ୬ଫୁଟ୍ର ଲଣ୍ଡା ମଣିଷ ଯାହା ଶରୀର ଟାଟୁ ରହିଛି, ଯିଏ ମଦ୍ୟପାନ କରୁଛି ସେ ଆମେରିକୀୟ ରାଷ୍ଟ୍ରପତି କ୍ଲବ୍ରେ ସାମିଲ ହେବ। ଏହା ସହିତ ସେ ଯଦି କେବେ ରାଷ୍ଟ୍ରପତି ହେବାର ସୁଯୋଗ ପାଆନ୍ତି, ତେବେ ନିଶ୍ଚିତ ଲୋକଙ୍କ ପାଇଁ ସେବା କରିବେ ବୋଲି କହିଛନ୍ତି।
Follow Us