ଓଡ଼ିଶାରେ କରମୁକ୍ତ ହେଲା ‘ଦି ସାବରମତୀ ରିପୋର୍ଟ’

Advertisment

୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମାଣ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’। ଗତ ୧୫ ତାରିଖରେ ଏହି ଚଳଚ୍ଚିତ୍ର ସାରା ଦେଶରେ ରିଲିଜ୍‌ ହୋଇଛି।

୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମାଣ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’। ଗତ ୧୫ ତାରିଖରେ ଏହି ଚଳଚ୍ଚିତ୍ର ସାରା ଦେଶରେ ରିଲିଜ୍‌ ହୋଇଛି।

fshhfs

ଭୁବନେଶ୍ବର: ୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମାଣ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’। ଗତ ୧୫ ତାରିଖରେ ଏହି ଚଳଚ୍ଚିତ୍ର ସାରା ଦେଶରେ ରିଲିଜ୍‌ ହୋଇଛି। ଓଡ଼ିଶାରେ ପ୍ରତିଦିନ ୪୦ରୁ ଅଧିକ ସୋ’ ଲାଗିଛି। ଆଜି ଏହି ଚଳଚ୍ଚିତ୍ରକୁ ଆଜି ଓଡ଼ିଶା ସରକାର କରମୁକ୍ତ କରିଛନ୍ତି।

ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଏନେଇ ବାଚସ୍ପତି ତଥା ଗୃହର ସଦସ୍ୟମାନଙ୍କୁ ଅବଗତ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୁଇଟ୍‌ କରି ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ୱାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ୱାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନିକାଣ୍ଡରେ କିଭଳି ଭାବରେ କରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ଯାହାଦ୍ବାରା ସାଧାରଣ ଜନତା ଅଧିକ ସଚେତନ ହେବେ। 

ଫିଲ୍ମର ପ୍ରଯୋଜିକା ଏକତା କପୁର ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ଓଡ଼ିଶାରେ ‘ସାବରମତୀ ରିପୋର୍ଟ’କୁ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସତ୍ୟକୁ ଅଧିକ ଲୋକଙ୍କୁ ଜଣାଇବାରେ ସାହାଯ୍ୟ କରିବ କରିବ ବୋଲି ‌ଏକତା ଟୁଇଟ୍‌ କରିଛନ୍ତି। ଅନ୍ୟପଟେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe