କଫି ପାଇଁ ରୁବିନାଙ୍କୁ ଛାଡ଼ପତ୍ର ଦେଇଥାନ୍ତେ ଅଭିନବ

Advertisment
କଫି ପାଇଁ ରୁବିନାଙ୍କୁ ଛାଡ଼ପତ୍ର ଦେଇଥାନ୍ତେ ଅଭିନବ

ବିଗବସ୍-୧୪ର ବିଜେତା ରୁବିନା ଦିଲାୟକ୍‌ ଓ ତାଙ୍କ ପତି ଅଭିନବ ଶୁକ୍ଳାଙ୍କୁ ନେଇ ଏକ ବଡ଼ କଥା ସାମନାକୁ ଆସିଛି। କଥାଟି ଯେତିକି ଗୁରୁତ୍ବପୂର୍ଣ୍ଣ ସେତିକି ହାସ୍ୟାସ୍ପଦ ମଧ୍ୟ। କାରଣ ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁବେଳେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଚାଲୁଥାଏ। ହେଲେ ଅଭିନବ କଫି ଦେବାକୁ ଭୁଲିଯିବାରୁ ରୁବିନା ତାଙ୍କୁ ଛାଡ଼ପତ୍ର ଦେଇଥାନ୍ତେ। ଏକ ଇଣ୍ଟରଭ୍ୟୁରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ବିଗ୍‌ବସ୍‌ରେ ଏହି ଦମ୍ପତି ଏକାଠି ଆସିବା ପରେ ହିଁ ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହୋଇଥିଲା। ବିଗ୍‌ବସ୍‌ରେ ଦେଖାଦେଇଥିବା ସମସ୍ୟାକୁ ଉଭୟ ମିଳିତ ଭାବେ ଦୂର କରି ପୁଣି ଛାଡ଼ପତ୍ର ନିଷ୍ପତ୍ତିରୁ ଓହରିଥିଲେ ବୋଲି ଅଭିନବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe