ପିକୁ ପଛର କଥା

Advertisment
ପିକୁ ପଛର କଥା

Yahoo News India

ପାଞ୍ଚ ବର୍ଷ ପୂରି ‘ପିକୁ’କୁ ଛ’ବର୍ଷ ଚାଲିଲା। ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ୍‌ଙ୍କ ସହ ଏଥିରେ ପ୍ରମୁଖ ଭୂମିକାରେ ଥିବା ଇରଫାନ୍ ଖାନ୍ ଆଜି ଇହଜଗତରେ ନାହାନ୍ତି। ସମ୍ଭବତଃ ଇରଫାନ୍‌ଙ୍କ ଅନୁପସ୍ଥିତି ‘ପିକୁ’ ଫିଲ୍ମକୁ ଆହୁରି ସ୍ମରଣୀୟ କରିଦେଇଛି।

ଆପଣ ଜାଣନ୍ତି କି ଏ ‘ପିକୁ’ ପଛରେ ପାଞ୍ଚଟି ଅଜଣା କଥା ରହିଛି। ଏଥିରେ ଟାଇଟଲ୍ ରୋଲ୍‌ରେ ଆମେ ଯାହାକୁ ଦେଖିଲେ ପ୍ରଥମେ ସିଏ ମନୋନୀତ ହେଇ ନଥିଲେ, ଅର୍ଥାତ୍ ଦୀପିକାଙ୍କ ସ୍ଥାନରେ ପ୍ରଥମେ ମନୋନୀତ ହେଇଥିଲେ ପରିଣୀତି ଚୋପ୍ରା। ନିର୍ଦ୍ଦେଶକ ସୁଜିତ୍ ସିର୍କାର୍ ଯେତେବେଳେ ପରିଣୀତିଙ୍କୁ ‘ପିକୁ’ ଚରିତ୍ର ପାଇଁ ଅଫର୍‌ ଦେଲେ ସେ ମନା କଲେ, କାରଣ ସେ ‘ଦାୱତ୍-ଇ-ଇସ୍କ’ର ସୁଟିଂରେ ବ୍ୟସ୍ତ ଥିଲେ। ସୁଜିତ୍ ଦୀପିକାଙ୍କୁ କଲ୍ କରିବା ମାତ୍ରେ ସେ ହଁ କରିଦେଇଥିଲେ। ପରିତାପର ବିଷୟ ହେଉଛି ଦୀପିକାଙ୍କ ‘ପିକୁ’ ଗ୍ରାଣ୍ଡ୍ ସକ୍ସେସ୍ ପାଇବା ବେଳେ ପରିଣୀତିଙ୍କ ‘ଦାୱତ୍-ଇ-ଇସ୍କ’ ପ୍ରେକ୍ଷାଳୟରେ ଚିତପଟାଙ୍ଗ୍ ମାରିଥିଲା। କଥାରେ ଅଛି, ପରା ‘ଦାନେ ଦାନେ ପେ ଲିଖା ହୋତା ହୈ ଖାନେୱାଲେ କେ ନାମ’। ଆଉ ଗୋଟେ କଥା। ସୁଜିତ୍ ଯେତେବେଳେ ‘ପିକୁ’ ଚଳଚ୍ଚିତ୍ରରେ ଥିବା ରାଣା ଚୌଧୁରୀ ଭୂମିକା ପାଇଁ ଇରଫାନ୍‌ଙ୍କୁ ମନୋନୀତ କଲେ, ସେତେବେଳେ ଇରଫାନ୍ ଏକ ହଲିଉଡ୍ ମୁଭି ପାଇଁ ସାଇନ୍ କରିସାରିଥିଲେ। ଭବିଷ୍ୟବାଦୀ କ୍ଲାସିକ୍ ସିନେମାର ନିର୍ଦ୍ଦେଶକ ରିଡ୍‌ଲେ ସ୍କଟ୍ ଯାହାଙ୍କ ‘ଏଲିଏନ୍ ଆଣ୍ଡ ବ୍ଲେଡ୍ ରନର’ ମୁଭି ସାରା ବିଶ୍ବରେ ସୁପରହିଟ୍ ହେଇଥିଲା। ସେଇ ରିଡ୍‌ଲେଙ୍କ ସିନେମା ‘ଷ୍ଟୋରି ଭର୍ସେସ୍ ସ୍ପେକ୍ଟାକଲ: ଦ ମାର୍ସିଆନ୍’ରେ ଅଭିନୟ ପାଇଁ ଇରଫାନ୍ ହଁ ଭରି ସାରିଥିଲେ।

‘ପିକୁ’ରେ ଅଭିନୟ କରିବାକୁ ଯେତେବେଳେ ସୁଜିତ୍ ଇରଫାନଙ୍କୁ ଭେଟିଲେ, ଇରଫାନ୍ କେତେବଡ଼ ପ୍ରଭାବଶାଳୀ ଅଭିନେତା ଏବଂ ମଣିଷ ବୋଲି ଅନୁଭବ କରିଥିଲେ। ଇରଫାନ୍ ସୁଜିତଙ୍କୁ କହିଥିଲେ, ଆପଣ ମୋ ‘ଲଞ୍ଚ୍‌ବକ୍ସ’ ମୁଭି ଦେଖିଛନ୍ତି କି? ଏହା ଜଣେ ନାସା ବୈଜ୍ଞାନିକଙ୍କ କାହାଣୀ। ମୁଁ ଯେତେବେଳେ ଏଥିରେ ଅଭିନୟ କଲି, ଲାଗୁଥିଲା ମୋ ସଂଳାପ ସବୁ ଏୟାରକୁ ଚାଲି ଯାଉଛି। ଏହା ମୋ ପାଇଁ ବିଛଣାକୁ ଶୋଇବାକୁ ଯିବା ସମୟର ଏକ କାହାଣୀ ଭଳି ଲାଗୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe