‘ସୁନା ଝିଅ’ର କାହାଣୀ ନେବ ନୂଆ ମୋଡ଼

Advertisment

ଜୀସାର୍ଥକରେ ପ୍ରସାରିତ ଧାରାବାହିକ ‘ସୁନା ଝିଅ’ର କାହାଣୀ ନେବ ଏକ ନୂଆ ମୋଡ଼। ଏକ ଦୁର୍ଘଟଣାରେ ପ୍ରିୟା ନିଜର ସ୍ମରଣ ଶକ୍ତି ହରେଇବସିଛି। ଅତୀତରେ ଘଟିଥିବା କୌଣସି ଘଟଣା ତା’ର ମନେ ନାହିଁ।

ଜୀସାର୍ଥକରେ ପ୍ରସାରିତ ଧାରାବାହିକ ‘ସୁନା ଝିଅ’ର କାହାଣୀ ନେବ ଏକ ନୂଆ ମୋଡ଼। ଏକ ଦୁର୍ଘଟଣାରେ ପ୍ରିୟା ନିଜର ସ୍ମରଣ ଶକ୍ତି ହରେଇବସିଛି। ଅତୀତରେ ଘଟିଥିବା କୌଣସି ଘଟଣା ତା’ର ମନେ ନାହିଁ।

gfhfhfhft

ଜୀସାର୍ଥକରେ ପ୍ରସାରିତ ଧାରାବାହିକ ‘ସୁନା ଝିଅ’ର କାହାଣୀ ନେବ ଏକ ନୂଆ ମୋଡ଼। ଏକ ଦୁର୍ଘଟଣାରେ ପ୍ରିୟା ନିଜର ସ୍ମରଣ ଶକ୍ତି ହରେଇବସିଛି। ଅତୀତରେ ଘଟିଥିବା କୌଣସି ଘଟଣା ତା’ର ମନେ ନାହିଁ। ଏହା ମଧ୍ୟରେ ବିଷ୍ଣୁଙ୍କ ଦୁଇ ଝିଅ, ଅଂଶୁ ଓ ବଂଶୁଙ୍କ ଶିକ୍ଷକ ହୋଇଛି ପ୍ରିୟା। ତା’ ମନରେ ବିଷ୍ଣୁ ପ୍ରତି ଭାବନା ଥାଇ ମଧ୍ୟ ସେ ଚୁପ୍। ଏହା ପଛରେ ରହିଛି ଭବାନୀ ନିକଟରେ ସେ କରିଥିବା ପ୍ରତିଜ୍ଞା ଯେ ବିଷ୍ଣୁ ଓ ସୁସ୍ମିତାକୁ ସେ ଏକାଠି କରିବ। ଏହା ମଧ୍ୟରେ ଡିଏମ୍ ମୃତ୍ୟୁଞ୍ଜୟ ପାଲଟିଛନ୍ତି ପ୍ରିୟାର ଜଣେ ଭଲ ସାଥୀ।

ସେ ପ୍ରିୟାକୁ ସବୁବେଳେ ତା’ର ଅତୀତ ସହ ଯୋଡ଼ି ହୋଇଥିବା କାହାଣୀକୁ ନୂଆ ରୂପରେ ବର୍ଣ୍ଣନା କରି ସ୍ମରଣ ଶକ୍ତି ଫେରାଇବାକୁ ଚେଷ୍ଟା କରନ୍ତି। ତେବେ ପ୍ରିୟା କ’ଣ ସବୁ କଥା ମନେ ପକେଇପାରିବ? ଅତୀତରେ ଘଟିଥିବା ସବୁ ରହସ୍ୟ ପଛରୁ କ’ଣ ପରଦା ଉଠିପାରିବ? ନିଜ  ମା’ର ଭଲ ପାଇବାକୁ କ’ଣ ଫେରିପାଇବେ ଅଂଶୁ ଓ ବଂଶୁ? ଏହିଭଳି ମୋଡ଼ରେ ପହଞ୍ଚିଛି ‘ସୁନା ଝିଅ’ର କାହାଣୀ। ଏହି ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍‌ ଚ୍ୟାନେଲ୍‌ ଅଫିସର୍‌ ପ୍ରତୀକ ସିଲ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe