ସୂର୍ଯ୍ୟମୟୀ ଏବେ ଗୁଲ୍‌ମାସ୍

Advertisment

ଚଳିତ ବର୍ଷ ‘ରଙ୍ଗଶୂର’ରେ ନିଜର ନିଆରା ଗେଟ୍‌ଅପ୍ ଓ ଭିନ୍ନ ଭୂମିକା ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍‌ର ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀ। ଅଧିକାଂଶ ଛବିରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ଦର୍ଶକଙ୍କୁ ଚମକାଉଥିବା ଏହି ନାୟିକା ଓଡ଼ିଆ ସିନେମା...

ଚଳିତ ବର୍ଷ ‘ରଙ୍ଗଶୂର’ରେ ନିଜର ନିଆରା ଗେଟ୍‌ଅପ୍ ଓ ଭିନ୍ନ ଭୂମିକା ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍‌ର ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀ। ଅଧିକାଂଶ ଛବିରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ଦର୍ଶକଙ୍କୁ ଚମକାଉଥିବା ଏହି ନାୟିକା ଓଡ଼ିଆ ସିନେମା...

sssscscssc

ଚଳିତ ବର୍ଷ ‘ରଙ୍ଗଶୂର’ରେ ନିଜର ନିଆରା ଗେଟ୍‌ଅପ୍ ଓ ଭିନ୍ନ ଭୂମିକା ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍‌ର ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀ। ଅଧିକାଂଶ ଛବିରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ଦର୍ଶକଙ୍କୁ ଚମକାଉଥିବା ଏହି ନାୟିକା ଓଡ଼ିଆ ସିନେମା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ପୁଣି ଧମାଲ କରିବେ ବୋଲି କୁହାଯାଉଛି। ଶ୍ରୀଜଗନ୍ନାଥଙ୍କ ମହିମା ଆଧାରିତ ଏହି ସିନେମାରେ ସୂର୍ଯ୍ୟମୟୀଙ୍କ ଭୂମିକାରେ ନିଆରାପଣ ରହିଛି। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଗୁଲ୍‌ମାସ୍। ଏଥିରେ କଳାପାହାଡ଼ର ସ୍ତ୍ରୀ ଭୂମିକାରେ ନଜର ଆସିବେ ସେ। ସୂର୍ଯ୍ୟମୟୀଙ୍କ ବିପକ୍ଷରେ କଳାପାହାଡ଼ ଭୂମିକାରେ ଅଛନ୍ତି ‘ସୁପର୍‌ଷ୍ଟାର୍-ଏ ଡ୍ରିମ୍’ ଫେମ୍ ଅଭିନେତା ଅଂଶୁମାନ। ଏହା ମଧ୍ୟ ଅଂଶୁମାନ-ସୂର୍ଯ୍ୟମୟୀ ଯୋଡ଼ିର ପ୍ରଥମ ସିନେମା। କାହାଣୀ ଐତିହାସିକ ହୋଇଥିବାରୁ ତତ୍କାଳୀନ ପୋଷାକପରିଚ୍ଛଦରେ ସେ ନଜର ଆସିବେ। ଏହି ଭୂମିକାକୁ ନେଇ ଖୁବ୍ ଉତ୍ସାହିତ ବୋଲି କହିଛନ୍ତି ନାୟିକା ସୂର୍ଯ୍ୟମୟୀ।

‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ସୂର୍ଯ୍ୟମୟୀ ଓ ଅଂଶୁମାନଙ୍କ ବ୍ୟତୀତ  ସିଦ୍ଧାନ୍ତ, ଶ୍ରୀତମ୍, ଜ୍ୟୋତି, ଶିବାନୀ, କେଦାର ମିଶ୍ର, ପ୍ରିୟଙ୍କା, ଦେବୁ ପଟ୍ଟନାୟକ ଓ କୁନା ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ସାଇଶ୍ରଦ୍ଧା ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଏହି ସିନେମାର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି ବିନି ସାମଲ। ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଚର୍ଚ୍ଚିତ ନାଟକର କାହାଣୀକୁ ଆଧାର କରି ଏହି ସିନେମାଟି ତିଆରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe