କମଲ୍‌-ମଣି ଯୋଡ଼ିର ଠଗ୍‌ ଲାଇଫ୍‌

Advertisment

ଭାରତୀୟ ସିନେମାକୁ ବହୁ ସୁପର୍‌ହିଟ୍‌ ସିନେମା ଉପହାର ଦେଇଥିବା ଅଭିନେତା କମଲ୍‌ ହାସନ୍‌ ଓ ନିର୍ଦ୍ଦେଶକ ମଣି ରତ୍ନମ୍‌ଙ୍କ ଯୋଡ଼ି ପୁଣିଥରେ ସକ୍ରିୟ ହୋଇଛି। ଜୁନ୍ ୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ସେମାନଙ୍କ ଚଳଚ୍ଚିତ୍ର ‘ଠଗ୍‌ ଲାଇଫ୍‌’।

ଭାରତୀୟ ସିନେମାକୁ ବହୁ ସୁପର୍‌ହିଟ୍‌ ସିନେମା ଉପହାର ଦେଇଥିବା ଅଭିନେତା କମଲ୍‌ ହାସନ୍‌ ଓ ନିର୍ଦ୍ଦେଶକ ମଣି ରତ୍ନମ୍‌ଙ୍କ ଯୋଡ଼ି ପୁଣିଥରେ ସକ୍ରିୟ ହୋଇଛି। ଜୁନ୍ ୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ସେମାନଙ୍କ ଚଳଚ୍ଚିତ୍ର ‘ଠଗ୍‌ ଲାଇଫ୍‌’।

Kamal Haasan

Kamal Haasan Photograph: (sambad.in )

ଭାରତୀୟ ସିନେମାକୁ ବହୁ ସୁପର୍‌ହିଟ୍‌ ସିନେମା ଉପହାର ଦେଇଥିବା ଅଭିନେତା କମଲ୍‌ ହାସନ୍‌ ଓ ନିର୍ଦ୍ଦେଶକ ମଣି ରତ୍ନମ୍‌ଙ୍କ ଯୋଡ଼ି ପୁଣିଥରେ ସକ୍ରିୟ ହୋଇଛି। ଜୁନ୍ ୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ସେମାନଙ୍କ ଚଳଚ୍ଚିତ୍ର ‘ଠଗ୍‌ ଲାଇଫ୍‌’। ମଣି ରତ୍ନମ୍‌ଙ୍କ ନିର୍ଦ୍ଦେଶିତ ଏହି ଛବିର କାହାଣୀ ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ର ଜୀବନ ଉପରେ ପର୍ଯ୍ୟବସିତ। ଏଥିରେ କମଲ୍‌ ହାସନ୍‌ ରଙ୍ଗାରାୟା ଶକ୍ତିବେଲ୍‌ ନାଇକର୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ଗ୍ୟାଙ୍ଗ୍‌ଷ୍ଟର୍‌ ନାଇକର୍‌ ହଠାତ୍‌ ନିଖୋଜ ହୋଇଯାଏ, ତା’ର ମୃତ୍ୟୁ ହୋଇଛି ବୋଲି ପ୍ରଚାର ହୋଇଯାଏ। ଏହି ପରିସ୍ଥିତିରେ ତା’ର ପାଳିତ ପୁତ୍ର ଅମରନ୍‌ ନାଇକର୍‌ର କଳାସାମ୍ରାଜ୍ୟକୁ ହାତକୁ ନିଏ। କିନ୍ତୁ କିଛି ବର୍ଷ ପରେ ନାଇକର୍‌ ଫେରିଆସେ ଏବଂ ନିଜର ଗ୍ୟାଙ୍ଗ୍‌କୁ ହାତକୁ ନେବାକୁ ଚାହେ। ଏଇଠି ଆରମ୍ଭ ହୁଏ ରକ୍ତାକ୍ତ ସଂଘର୍ଷ। ଶେଷରେ କ’ଣ ହୁଏ? କିଏ ଜିତେ? ଏହି ପ୍ରଶ୍ନର ଉତ୍ତର ଫିଲ୍ମର କ୍ଲାଇମାକ୍ସରେ ଉପସ୍ଥାପିତ ହୋଇଛି। 

‘ଠଗ୍‌ ଲାଇଫ୍‌’ରେ କମଲ୍‌ଙ୍କ ପୁଅ ଭୂମିକାରେ ତାମିଲ୍ ସିନେମାର ଜଣାଶୁଣା ଅଭିନେତା ସିଲାମ୍‌ବରାସନ୍‌ ଟିଆର୍‌ ଥିବା ବେଳେ ତ୍ରିଷା କୃଷ୍ଣନ୍, ଅଭିରାମୀ, ଐଶ୍ବର୍ଯ୍ୟା ଲକ୍ଷ୍ମୀ, ଅଶୋକ ସେଲ୍‌ଭନ୍, ଜୋଗୁ ଜର୍ଜ, ଅଲ୍ଲୀ ଫାଜଲ୍ ଓ ପଙ୍କଜ ତ୍ରିପାଠୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଛନ୍ତି। ନିର୍ଦ୍ଦେଶକ ରତ୍ନମ୍‌ଙ୍କ ଫେବରାଇଟ୍‌ ଏ. ଆର୍‌. ରହମନ୍‌ ଏହାର ସଂଗୀତ ନିର୍ଦ୍ଦେଶନା ଦେଉଛନ୍ତି।  ‘ଠଗ୍‌ ଲାଇଫ୍‌’ ତେଲୁଗୁ, ତାମିଲ୍‌, କନ୍ନଡ଼, ମଲାୟାଲମ୍‌ ସହ ହିନ୍ଦୀରେ ମଧ୍ୟ ରିଲିଜ୍‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe