ମନକୁ ଛୁଇଁଲା କଲ୍‌କିର ଟ୍ରେଲର୍‌

Advertisment
ମନକୁ ଛୁଇଁଲା କଲ୍‌କିର ଟ୍ରେଲର୍‌

ବହୁ ପ୍ରତୀକ୍ଷିତ ତେଲୁଗୁ ଫିଲ୍ମ ‘କଲ୍‌କି ୨୮୯୮ ଏଡି’ର ଟ୍ରେଲର୍‌ ଲଞ୍ଚ୍‌‌ ହୋଇଯାଇଛି। ଏଥିରେ ଟାଇଟଲ୍‌ ରୋଲ୍‌ରେ ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, ଦକ୍ଷ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି। ଏଭଳି ଷ୍ଟାର୍‌କାଷ୍ଟ୍ ଥିଲେ କାହାର ବା ଉତ୍ସାହ ରହିବନି! ଟ୍ରେଲର୍‌ ଦେଖିବା ପରେ ପ୍ରଶଂସକମ‌ାନେ ଢେର୍ ଭଲପାଇବା ଅଜାଡ଼ି ଦେଇଛନ୍ତି।

‘କଲ୍‌କି’ର ଟ୍ରେଲର୍‌ ଦେଖିବା ପରେ ସିନେମାର ସିକୁଏନ୍ସ, ଏଡିଟିଂ, ବ୍ୟାକ୍‌ଗ୍ରାଉଣ୍ଡ୍‌ ମ୍ୟୁଜିକ୍‌ ଓ ଭିଏଫ୍‌ଏକ୍ସ ଉପରେ ଖୁବ୍ ଧ୍ୟାନ ଦିଆଯାଇଥିବା ସ୍ପଷ୍ଟ ଜଣାପଡୁଛି। ପ୍ରଭାସଙ୍କୁ ଖୁବ୍‌ ଭଲ ଚିତ୍ରଣ କରାଯାଇଛି ଫିଲ୍ମଟିରେ। ତାଙ୍କର ଲୁକ୍‌ ଅନ୍ୟ ସିନେମାଗୁଡ଼ିକ ଅପେକ୍ଷା ସଂପୂର୍ଣ୍ଣ ଅଲଗା ରହିଛି। ‘ସାଲାର୍‌’ ପରେ ଏବେ ପ୍ରଶଂସକ ପ୍ରଭାସଙ୍କ ଏହି ଫିଲ୍ମକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନାଗ୍‌ ଅଶ୍ବିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe