‘୮୩’ର ଶିହରଣ

Advertisment
‘୮୩’ର ଶିହରଣ

ମଙ୍ଗଳବାର ସକାଳେ ‘୮୩’ ଚଳଚ୍ଚିତ୍ରର ଟ୍ରେଲର୍ ମୁକ୍ତିଲାଭ କରିବା ପରେ ସବୁ ମହଲରୁ ଚଳଚ୍ଚିତ୍ରଟିକୁ ପ୍ରଶଂସାର ଝଡ଼ ବହିବା ଆରମ୍ଭ ହୋଇଯାଇଥିଲା। ସଭିଙ୍କୁ ଜଣା କ୍ରିକେଟ୍ ଓ ବଲିଉଡ୍ ହେଉଛି ଭାରତୀୟଙ୍କର ଦୁଇଟି ପ୍ରମୁଖ ଜୀବନରେଖା। ‘୮୩’ର ଟ୍ରେଲର୍ ଦେଖିବା ପରେ ଦର୍ଶକ ଓ ସମୀକ୍ଷକମାନେ ସଂପୂର୍ଣ୍ଣ ଆଶାବାଦୀ ଯେ ଏହି ଚଳଚ୍ଚିତ୍ରରେ ଏ ଦୁଇଟିର ମହାସଙ୍ଗମ ଦେଖିବାକୁ ମିଳିବ। ୧୯୮୩ ମସିହା ଜୁନ୍ ୨୫ ତାରିଖରେ କପିଳ ଦେବଙ୍କ ଅଧିନାୟକତ୍ବରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ବ କପ୍ ଜିଣି ଇତିହାସ ସୃଷ୍ଟି କରିଥିଲା। ଏହି ଐତିହାସିକ ସଫଳତା ପଛର ସଂଘର୍ଷମୟ କାହାଣୀକୁ ନେଇ ‘୮୩’ ନିର୍ମାଣ କରାଯାଇଛି। ନିଜର ଚମତ୍କାର କ୍ରୀଡ଼ା ଚାତୁରୀ ପାଇଁ ‘ହରିୟାଣା ହରିକେନ୍’ ନାମ ପାଇଥିବା କପିଳ ଦେବଙ୍କ ଭୂମିକାରେ ରଣବୀର ସିଂହ ଅଭିନୟ କରିଛନ୍ତି। ଟ୍ରେଲର୍‍ରେ ତାଙ୍କ ରୂପ, ଢଙ୍ଗ ଓ କଣ୍ଠ ଶୁଣି ଦର୍ଶକମାନେ କହୁଛନ୍ତି ଯେ କପିଳ ଦେବଙ୍କ ଚରିତ୍ରକୁ ରଣବୀର ଗୋଟାପଣେ ଆୟତ୍ତ କରିପକାଇଛନ୍ତି। କେବଳ ଦର୍ଶକ ନୁହେଁ ବଲିଉଡ୍‍ କଳାକାରମାନେ ମଧ୍ୟ ‘୮୩’ର ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି।

ଟ୍ରେଲର୍ ଦେଖି କାହା ଦେହରେ ଶିହରଣ ଖେଳିଯାଇଛି ତ ଆଉ କିଏ ଅତ୍ୟଧିକ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି। ମୁକ୍ତିଲାଭ ପୂର୍ବରୁ କରନ ଜୋହର ଏହାକୁ ଏକ ବ୍ଲକ୍‍ବଷ୍ଟର୍ ବୋଲି ଘୋଷଣା କରିଦେଇଛନ୍ତି। ଏଥିରେ ଦର୍ଶକେ ଅନେକ ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ପାଇବେ। ତାହିର ରାଜ ଭସିନ, ଜିଭା, ସାକିବ ସଲମ, ଯତୀନ ସର୍ନା, ଚିରାଗ ପାଟଲ, ଦିନକର ଶର୍ମା, ନିଶାନ୍ତ ଦାହିୟା, ହାର୍ଡ଼ି ସନ୍ଧୁ, ସାହିଲ ଖଟ୍ଟର, ଏମି ଭିର୍କ ଭାରତୀୟ କ୍ରିକେଟ୍ ଦଳର ଅନ୍ୟାନ୍ୟ ଖେଳାଳିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପଙ୍କଜ ତ୍ରିପାଠୀ ତତ୍‍କାଳୀନ ଦଳର ମ୍ୟାନେଜର୍ ପିଆର୍ ମାନ୍ ସିଂହଙ୍କ ଚରିତ୍ରରେ ଦେଖିବାକୁ ମିଳିବେ। ଆଉ ଏକ ରୋଚକ କଥା ହେଲା ବାସ୍ତବ ଜୀବନରେ ଦମ୍ପତି ପାଲଟିଥିବା ରଣବୀର-ଦୀପିକା ଏଥିରେ ପତି-ପତ୍ନୀ ଭୂମିକାରେ ଦେଖାଦେବେ। ଦୀପିକା ପାଦୁକୋନ୍‌ କପିଳଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। କବୀର ଖାନଙ୍କ ନିର୍ଦେଶନାରେ ନିର୍ମିତ ‘୮୩’ ଆସନ୍ତା ଡିସେମ୍ବର ୨୪ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲୟାଲମ ଭାଷାରେ ମୁକ୍ତିଲାଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe