କମି ନାହିଁ ରଶ୍ମିଙ୍କ ଚାହିଦା

କମି ନାହିଁ ରଶ୍ମିଙ୍କ ଚାହିଦା

India Today

ନିଜକୁ ଟିଭି ପରଦାର ସବୁଠୁ ଲୋକପ୍ରିୟ ତଥା ଦାମୀ କଳାକାର ଆସନରେ ବସାଇ ପାରିଥିବା ଅଭିନେତ୍ରୀ ରଶ୍ମି ଦେଶାଇ ଓରଫ ଶିବାନୀ ଦେଶାଇଙ୍କର ଚାହିଦା ଏବେ ବି ଅକ୍ଷୁଣ୍ଣ ରହିଛି। ନିଜର କୋଡ଼ିଏ ବର୍ଷର ଅଭିନୟ ଜୀବନ ଭିତରେ ଆସାମୀ, ହିନ୍ଦୀ, ଗୁଜରାଟୀ, ଭୋଜପୁରୀ ଓ ଇଂରେଜୀ ଭାଷାର ୨୬ଟି ସିନେମା ସାଙ୍ଗକୁ ୩୦ରୁ ଅଧିକ ଟିଭି ଧାରାବାହିକ ସମେତ ୧୧ଟି ସଂଗୀତ ଭିଡିଓ ଓ ଦୁଇଟି ୱେବ୍‌ ସିରିଜ୍‌ରେ ସେ ଅଭିନୟ କରି ସାରିଛନ୍ତି। ଆସାମର ନାଗାଓଁ ଠାରେ ୧୯୮୬ ଫେବ୍ରୁଆରି ୧୩ ତାରିଖରେ ଏକ ଗୁଜରାଟୀ ପରିବାରରେ ଜନ୍ମ ନେଇଥିବା ରଶ୍ମିଙ୍କର ପୂରା ଜୀବନ ମୁମ୍ବାଇରେ କଟିଛି। ପର୍ଯ୍ୟଟନ ଓ ପରିଭ୍ରମଣ ପାଠ୍ୟକ୍ରମରେ ଡିପ୍ଲୋମା ଡିଗ୍ରି ଲାଭ କରିଥିବା ରଶ୍ମିଙ୍କର ପିଲାଟି ଦିନରୁ କିନ୍ତୁ ଅଭିନୟରେ ରୁଚି ରହିଥିଲା।

୨୦୦୨ରେ ତାଙ୍କର ସିନେ ଜଗତକୁ ପ୍ରବେଶ ହୋଇଥିଲା ଆସାମୀ ଫିଲ୍ମ ‘କନ୍ୟାଦାନ’ର ଏକ ସଂକ୍ଷିପ୍ତ ଭୂମିକା ଜରିଆରେ। ତେବେ ସେହି ବର୍ଷ ସେ ବଲିଉଡ୍‌ରେ ପାଦ ଥାପିଥିଲେ ହିନ୍ଦୀ ସିନେମା ‘ୟେ ଲମହେ ଜୁଦାଇ କେ’ ମାଧ୍ୟମରେ। ଏହା ପରେ ସେ ଭୋଜପୁରୀ ଫିଲ୍ମରେ ଢେର ଲୋକପ୍ରିୟ ହୋଇଥିଲେ। ଦୁଇ ବର୍ଷ ଭିତରେ ‘ତୁଳସୀ’, ‘ବଲମା ବଡ଼ା ନାଦାନ’, ‘ନଦିୟେ କି ତୀର’, ‘କବଲେ ଆୟେ ବାହାର’ ଓ ‘ତୋଝସେ ପ୍ୟାର ବା’ ଆଦି ୧୨ଟି ଭୋଜପୁରୀ ସିନେମାରେ ଭିନ୍ନ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହୋଇ ସେ ଏକ ପ୍ରତିଷ୍ଠିତ ନାୟିକା ପାଲଟିଗଲେ। ୨୦୦୬ରେ ଟିଭି ପରଦାକୁ ଆସି ସେ ଧାରାବାହିକ ‘ରାବଣ’ରେ ମନ୍ଦୋଦରୀ ଚରିତ୍ରରେ ଦର୍ଶକଙ୍କୁ ଭରପୂର ମନୋରଂଜନ ଦେଇପାରିଥିଲେ।

ଏହା ପରେ ‘ପରୀ ହୁଁ ମେଁ’, ‘ସ୍... ଫିର କୋଇ ହୈ’ ଓ ‘ମିତ ମିଲା ଦେ ରବା’ ଆଦି ଧାରାବାହିକ ପାଇଁ ତାଙ୍କୁ ଆଶାତୀତ ଲୋକପ୍ରିୟ ମିଳିଥିଲା। ତେବେ ୨୦୦୯ରୁ ୨୦୧୪ ଯାଏ ପ୍ରସାରିତ ‘ଉତ୍ତରଣ’ ଧାରାବାହିକରେ ସେ ନିର୍ବାହ କରିଥିବା ତପସ୍ୟା ଠାକୁର ଭୂମିକା ତାଙ୍କୁ ସବୁଠୁ ଦାମୀ ଟିଭି ତାରକାର ମର୍ଯ୍ୟାଦା ଆଣିଦେଇଥିଲା। ୨୦୧୭ରେ ଗୁଜରାଟୀ ଫିଲ୍ମ ‘ସୁପରଷ୍ଟାର’ରେ ମଧ୍ୟ ସେ ନିଜକୁ ପରଖିଥିଲେ। ସେହିପରି ବିଭିନ୍ନ ବାସ୍ତବଧର୍ମୀ ଧାରାବାହିକରେ ରଶ୍ମି ପ୍ରତିଯୋଗୀ ସାଜି ନିଜ ପ୍ରଶଂସକମାନଙ୍କୁ ଆପ୍ୟାୟିତ କରିବା ସହ ୱେବ୍‌ ଧାରାବାହିକ ‘ତନ୍ଦୁର’ରେ ନିଜର ଦକ୍ଷତା ଦେଖାଇଥିଲେ। ଗତ ବର୍ଷ ଖେଳିଥିବା ୱେବ୍‌ ଧାରାବାହିକ ‘ରାତ୍ରି କେ ଯାତ୍ରୀ’ରେ ରଶ୍ମିଙ୍କ ପୂର୍ବ ଚମକ ବେଶ୍‌ ବାରି ହୋଇପଡ଼ିଥିଲା। ଗତବର୍ଷ ‘କାତିଲାନା’, ‘ତେରେ ପିଣ୍ଡ’, ‘ପରଵା’ ଓ ‘ଖୟାଲତ’ ଆଦି ସଂଗୀତ ଭିଡିଓରେ ରଶ୍ମିଙ୍କ ନୃତ୍ୟାଭିନୟକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe