ଆଥିଆ ଓ ରାହୁଲଙ୍କ ବିବାହ ଖବରକୁ ଗୁଜବ ବୋଲି କହିଲେ ଆଥି‌ଆଙ୍କର ଜଣେ ବନ୍ଧୁ

Advertisment
ଆଥିଆ ଓ ରାହୁଲଙ୍କ ବିବାହ ଖବରକୁ ଗୁଜବ ବୋଲି କହିଲେ ଆଥି‌ଆଙ୍କର ଜଣେ ବନ୍ଧୁ

www.india.com

ମୁମ୍ବାଇ: ସୁନୀଲ‌ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଛି। ଏହି ଦୁଇ ଜଣ ପରସ୍ପରଙ୍କୁ ଡେଟ୍‌ କରୁଥିବା କଥା କାହାକୁ ବି ଅଛପା ନାହିଁ। ଏବେ ଆଉ ଏକ ଚର୍ଚ୍ଚା ଜୋର୍‌ ଧରିଥିଲା। ଶୁଣିବାକୁ ମିଳୁଥିଲା ଯେ ଆଥିଆ ସେଟ୍ଟୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଅବଦ୍ଧ ହେବେ। ମାତ୍ର ଏହି ଖବରକୁ ଆଥିଆଙ୍କର ଜଣେ ବନ୍ଧୁ ଗୁଜବ ବୋଲି କହିଛନ୍ତି। ଆଥିଆ ଓ ରାହୁଲଙ୍କର ଏବେ ବିବାହ ହେବାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଥିଆ ଏବଂ କେଏଲ୍‌ ରାହୁଲଙ୍କ ପରିଚୟ ଜଣେ କମନ୍‌ ବନ୍ଧୁଙ୍କ ଜରିଆରେ ହୋଇଥିଲା। ଯଦିଓ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ନାହିଁ, ତେବେ ଦୁହେଁ ଦୁହିଁଙ୍କୁ ସୋସିଆଲ୍‌ ମିିଡିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଇବ‌ା ପରେ ସେମାନଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆ‌ରମ୍ଭ ହୋଇଥିଲା।

publive-image www.aajtak.in

ଯେତେବେଳେ କେଏଲ୍‌ ରାହୁଲ ତାଙ୍କର ଷ୍ଟେଟ୍‌ ସିରିଜ୍‌ ଖେଳିବାକୁ ଇଂଲଣ୍ଡ ଯାଇଥିଲେ, ସେ ସମୟରେ ଆଥିଆ ତାଙ୍କୁ ସମର୍ଥନ ଜଣାଇବାକୁ ତାଙ୍କ ସହ ଯାଇଥିଲେ। ଯଦିଓ ସେମାନେ ପରସ୍ପରଙ୍କ ସଂପର୍କକୁ ନେଇ ଏଯାଏ ସର୍ବସାଧାରଣରେ କୌଣସି ଖୁଲାସା କରିନାହାନ୍ତି, ମାତ୍ର ସେମାନଙ୍କ ରୋମାଣ୍ଟିକ୍‌ ଫଟୋ ସବୁ ସଂପର୍କର ସତ୍ୟତାକୁ ପ୍ରକାଶ କରୁଛି। ଏ ନେଇ ଆଥିଆଙ୍କ ବାପା ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ବହୁ ଗଣମାଧ୍ୟମ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe