Advertisment

ହାଟ୍ରିକ୍ କଲେ ଓଲିଉଡର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକା

Advertisment
ହାଟ୍ରିକ୍ କଲେ ଓଲିଉଡର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକା ହାଟ୍ରିକ୍ କରିଛନ୍ତି। ଏହି ଯୋଡ଼ିଙ୍କ ତୃତୀୟ ଓଡ଼ିଆ ସିନେମା ମୁକ୍ତିପ୍ରତୀକ୍ଷାରେ ରହିଛି। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଏହି ଯୋଡ଼ି ଏଯାଏ କେବଳ ଜଣେ ନିର୍ଦ୍ଦେଶକଙ୍କ ଫିଲ୍ମରେ ଏକାଠି ନଜର ଆସିଛନ୍ତି।

ଯେଉଁ ଓଡ଼ିଆ ସିନେମାରେ ଓଲିଉଡର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଦେଖିବାକୁ ପାଇବେ ତାର ସିନେମାର ଶୀର୍ଷକ ହେଲା ‘ଟିକେ ଟିକେ ଅଚିହ୍ନା ତୁ’। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ଶୁଭମ୍, କେ କେ, ବିଘ୍ନେଶ୍ବର ପଣ୍ଡା ଓ ସୋମା ଭୌମିକ ପ୍ରମୁଖ ବି ଅଭିନୟ କରିଛନ୍ତି। ଆମର ଷ୍ଟୁଡିଓ ଏବଂ ଆନ୍ନା ପ୍ରଡକସନର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶକ ହେଉଛନ୍ତି ତାପସ ସରଘରିଆ। ଭରଦ୍ବାଜ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ପ୍ରେମ ଆନନ୍ଦ ଏହାର ସଂଗୀତକାର। ଏହି ସିନେମା ଖୁବ୍ ଶୀଘ୍ର ରିଲିଜ୍ ହେବ ବୋଲି ଜଣାଯାଇଛି।

publive-image

ସୂଚନାଯୋଗ୍ୟ, ସ୍ୱରାଜ-ଭୂମିକା ଯୋଡ଼ି ‘ତୁ ମୋ’ ଲଭଷ୍ଟୋରି’ରେ ଡେବ୍ୟୁ କରିଥିଲେ। ଏହାପରେ ଉଭୟଙ୍କୁ ପୁଣି ‘ତୁ ମୋ’ ଲଭଷ୍ଟୋରି-୨’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଉଭୟ ସିନେମାର ବି ନିର୍ଦ୍ଦେଶକ ଥିଲେ ତାପସ ସରଘରିଆ। ଏହି ଯୋଡ଼ିକୁ ଦର୍ଶକ ପୁଣି ପସନ୍ଦ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe