‘ଡର୍‌’ ଚଳଚ୍ଚିତ୍ର ପାଇଁ ଶାହାରୁଖ ନୁହେଁ, ଏହି ଅଭିନେତା ଥିଲେ ୟଶ୍‌ ଚୋପ୍ରାଙ୍କ ପ୍ରଥମ ପସନ୍ଦ

Advertisment
‘ଡର୍‌’ ଚଳଚ୍ଚିତ୍ର ପାଇଁ ଶାହାରୁଖ ନୁହେଁ, ଏହି ଅଭିନେତା ଥିଲେ ୟଶ୍‌ ଚୋପ୍ରାଙ୍କ ପ୍ରଥମ ପସନ୍ଦ

Pinterest

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନଙ୍କ ଅଭିନୀତ ‘ଡର୍‌’ ଚଳଚ୍ଚିତ୍ର ଦେଖିଛନ୍ତି? ଯଦି ଦେଖିଥିବେ ଶାହାରୁଖ୍‌ଙ୍କ ଜବର୍‌ଦସ୍ତ ଅଭିନୟ ଆପଣଙ୍କର ମନେ ଥିବ ନିଶ୍ଚୟ। ଥରେ ଭାବନ୍ତୁ ତ ଯଦି ‌ସେହି ଚରତ୍ରରେ ଶାହାରୁଖ୍‌ଙ୍କ ସ୍ଥାନରେ ଆଉ କିଏ ଥାଆନ୍ତେ? ବାସ୍ତବ କଥା ହେଲା ଏହି ଚଳଚ୍ଚିତ୍ର ପାଇଁ ୟଶ୍‌ ଚୋପ୍ରାଙ୍କ ପ୍ରଥମ ପସନ୍ଦ ଶାହାରୁଖ୍‌ ନଥିଲେ। ସେ ପ୍ରଥମେ ଅଭିନେତା ରାହୁଲ୍‌ ରୟଙ୍କୁ ସେହି ଚରିତ୍ରରେ ନେବାକୁ ଚାହୁଁଥିଲେ।

ନିକଟରେ କପିଲ୍‌ ଶର୍ମାଙ୍କ କମେଡି ସୋ ‘କମେଡି ନାଇଟ୍ସ ଉଇଥ୍ କପିଲ୍‌’ରେ ଅଭିନେତା ରାହୁଲ ରୟ ଏ ସଂପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି କି ‘ଡର୍‌’ ଚଳଚ୍ଚିତ୍ର ପାଇଁ ୟଶ୍‌ ଚୋପ୍ରା ପ୍ରଥମେ ତାଙ୍କୁ ଅଫର୍‌ ଦେଇଥିଲେ। ମାତ୍ର ତାଙ୍କ ହାତରେ ପୂର୍ବରୁ ଅନ୍ୟ ଅଫର୍‌ ଥିବା କାରଣରୁ ସେ ଏହି ଚଳଚ୍ଚିତ୍ରଟିକୁ କରି ପାରିନଥିଲେ।

publive-image
New Indian Express

ପରବର୍ତ୍ତୀ ମୁହୂର୍ତ୍ତରେ ଚଳଚ୍ଚିତ୍ରଟି ଶାହାରୁଖ୍‌ ଖାନଙ୍କ ହାତକୁ ଚାଲି ଯାଇଥିଲା। ସେଦ ଆହୁରି ବି କହିଛନ୍ତି ଯେ ତାଙ୍କ ଚେହେରାକୁ ଆଖିରେ ରଖି ରାହୁଲ ଚରିତ୍ର ଲେଖାଯାଇଥିଲା। ସେ ଚଳଚ୍ଚିତ୍ରଟିକୁ ନକରିପାରିଥିବା କାରଣରୁ ଖୁବ୍ ଅନୁତାପ କରନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୩ ମସିହାରେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରଟି ସେ ସମୟରେ ବ୍ଲକ୍‌ବଷ୍ଟର୍‌ ହିଟ୍‌ ହୋଇଥିଲା। ଶାହାରୁଖ୍‌ ଜଣେ ଏକତରଫା ପ୍ରେମିକ ଭୂମିକା ନିଭାଇଥିଲେ। ନାୟିକା ଥିଲେ ଅଭିନେତ୍ରୀ ଜୁହି ଚାୱଲା। ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସନ୍ନି ଦେଓଲ୍‌। ସେହି ଫିଲ୍ମର ଶାହାରୁଖଙ୍କ ଲୋକପ୍ରିୟ ଡାଇଲଗ୍‌ ‘କକ୍‌ କକ୍‌ କକ୍‌ କିରଣ’ ଏବେ ବି ଲୋକଙ୍କ ମୁହଁରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe