ସଲମାନଙ୍କୁ ହତ୍ୟା ଧମକ ମଧ୍ୟରେ ଲରେନ୍ସକୁ ଏହି ଅଭିନେତା ଦେଲେ ଫିଲ୍ମର ଅଫର

Advertisment

ଅଭିନେତା କେଆରକେ ତଥା କମଲ ଆର ଖାନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ 'ଦେଶଦ୍ରୋହି-୨'ରେ ମୁଖ୍ୟ ଭୂମିକାରେ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହ ସଲମାନ ଖାନଙ୍କୁ ଭିଲେନ ଭୂମିକାରେ ନେବେ ବୋଲି କହିଛନ୍ତି।

ଅଭିନେତା କେଆରକେ ତଥା କମଲ ଆର ଖାନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ 'ଦେଶଦ୍ରୋହି-୨'ରେ ମୁଖ୍ୟ ଭୂମିକାରେ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହ ସଲମାନ ଖାନଙ୍କୁ ଭିଲେନ ଭୂମିକାରେ ନେବେ ବୋଲି କହିଛନ୍ତି।

krk

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସିଦ୍ଦିକିଙ୍କ ହତ୍ୟା ପରେ ଏକ ଫେସବୁକ ପୋଷ୍ଟରେ ଲରେନ୍ସ ଏହି ହତ୍ୟା ପଛରେ ଥିବା ନେଇ ଦାବି କରାଯାଇଥିଲା। ହେଲେ ପୁଲିସ ଏବେ ପ୍ରକୃତ ଦୋଷୀକୁ ଖୋଜିବା ପାଇଁ ଯାଞ୍ଚ ଆରମ୍ଭ କରିଛି। ଏମଧ୍ୟରେ ନିଜକୁ ଚଳଚ୍ଚିତ୍ର ସମାଲୋଚକ ବୋଲି କହୁଥିବା ଅଭିନେତା କମଲ ଆର ଖାନ୍ ଲରେନ୍ସକୁ ଫିଲ୍ମ ଅଫର କରିଛନ୍ତି। କେଆରକେ, ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ 'ଦେଶଦ୍ରୋହି-୨'ରେ ମୁଖ୍ୟ ଭୂମିକାରେ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହ ସଲମାନ ଖାନଙ୍କୁ ଭିଲେନ ଭୂମିକାରେ ନେବେ ବୋଲି କହିଛନ୍ତି। 

କେଆରକେ ଏକ୍ସରେ ଲେଖିଛନ୍ତି, "ମୁଁ ମୋର ଚଳଚ୍ଚିତ୍ର  'ଦେଶଦ୍ରୋହି-୨'କୁ ଲରେନ୍ସଙ୍କୁ ଅଫର କରୁଛି । କାରଣ ସେ ଜଣେ ଆଦର୍ଶ ହିରୋ ପରି ଦେଖାଯାଉଛନ୍ତି। ଯେତେବେଳେ ସେ ଫିଲ୍ମରେ ଆକ୍ସନ କରିବେ ସେତେବେଳେ ସେ ଭଲ ଦେଖାଯିବେ। ତେଣୁ ମୁଁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରୁଛି ଯେ ତାଙ୍କୁ ଫିଲ୍ମ କରିବାକୁ ଅନୁମତି ଦିଆଯାଉ।" ନିଜର ଏହି ‌ଏକ୍ସ ପୋଷ୍ଟର ଶେଷରେ ସେ ‌ଲେଖିଛନ୍ତି ଯେ, ମୁଁ ବୁଢ଼ାକୁ ଅନୁରୋଧ କରିବି ଯେ, ସେ ଏହି ଫିଲ୍ମରେ ଭିଲେନ ଭୂମିକ‌ାରେ ଅଭିନୟ କରିବେ। ଏହାକୁ ଦେଖି କେ‌ଆରକେ, ସଲମାନଙ୍କୁ ଟାର୍ଗେଟ କରିିଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe