ଅନୁଭବଙ୍କ ସ୍ଥାନ ନେଇଥିଲେ ଏହି ଅଭିନେତା

Advertisment
ଅନୁଭବଙ୍କ ସ୍ଥାନ ନେଇଥିଲେ ଏହି ଅଭିନେତା

ଭୁବନେଶ୍ୱର: ଓଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ଏବେ ବି ଖୁବ୍‌ ସକ୍ରିୟ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ସିନେମା ‘ପ୍ରେମ ପାଇଁ ମହାଭାରତ ’ ରିଲିଜ୍‌ ହୋଇଛି। ଆଗକୁ ଆସୁଛି ଫେରିବି ତୋ’ପାଇଁ ବସୁଧା ଚିରି ଏବଂ ଆଣ୍ଟି ନମସ୍କାର । ହେଲେ ଆପଣ କ’ଣ ଜାଣନ୍ତି କି ଶ୍ରୀତମ ଦାସ ଅନୁଭବଙ୍କୁ ଥରେ ରିପ୍ଲେସ କରିଛନ୍ତି।

୨୦୦୪ରେ ଯେତେବେଳେ ନିର୍ଦ୍ଦେଶକ ଅଶୋକ ପତି ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ବାଜି’ର କାମ ଆରମ୍ଭ କରିଥିଲେ ,ସେତେବେଳେ ଏହାର କାଷ୍ଟିଂରେ ସେ ପ୍ରଥମେ ସିଦ୍ଧାନ୍ତ ଓ ଅନୁଭବଙ୍କୁ ନେବାର ସ୍ଥିର କରିଥିଲେ। ସେ ଅନୁଭବଙ୍କୁ ଅଫର୍‌ ବି ଦେଇଥିଲେ। ମାତ୍ର ଅନୁଭବଙ୍କ ହାତରେ ସମୟ ନ ଥିବା ହେତୁ ସେହି ସମୟରେ ସେ ମନା କରିଥିଲେ।

publive-image

ଏହାପରେ ନିର୍ଦ୍ଦେଶକ ଆଶୋକ ପତି ଅନୁଭବଙ୍କ ସ୍ଥାନରେ ଶ୍ରୀତମ୍‌ ଦାସଙ୍କୁ ନେଇଥିଲେ। ‘ବାଜି’ରେ ଶ୍ରୀତମ୍‌ଙ୍କ ଅଭିନୟ ବି ବେଶ୍‌ ମନଛୁଆଁ ହୋଇଥିଲା। ଏହି ସିନେମାରେ ଅନୁ ଚୌଧୁରୀ,ବର୍ଷା ପ୍ରିୟଦର୍ଶିନୀ,ମିହିର ଦାସ,ବିଜୟ ମହାନ୍ତିି,ଅଶ୍ରୁମୋଚନ ଓ ଅନୀତା ଦାସ ପ୍ରମୁଖ ଅଭିନୟ କରିଥିଲେ। ‘ବାଜି’ ଅବଶ୍ୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe