ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା 'ରାମଲୀଳା'ରେ ରାମ-ସୀତା ଭୂମିକାରେ ଅଭିନୟ କରିବେ ଏହି କଳାକାର 

Advertisment
ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା 'ରାମଲୀଳା'ରେ ରାମ-ସୀତା ଭୂମିକାରେ ଅଭିନୟ କରିବେ ଏହି କଳାକାର 

photo-tusktravel

ମୁମ୍ବାଇ: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ। ଆଉ ଏହା ପରେ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏଥର ଦଶହରା ଅବସରରେ ଅଯୋଧ୍ୟାରେ ଭବ୍ୟ ରାମଲୀଳା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏହି ରାମାୟଣରେ ଭୋଜପୁରୀ ତାରକା ତଥା ବିଜେପି ସାଂସଦ ମନୋଜ ତିୱାରୀ ଅଙ୍ଗଦ ଭୂମିକାରେ ଅଭିନୟ କରିବେ |

ଏହି ରାମଲୀଳାରେ ବିଜେପି ନେତା ରବି କିଶନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ରାମଙ୍କ ସାନ ଭାଇ ଭରତ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ରାମାନନ୍ଦ ସାଗରଙ୍କ ରାମାୟଣରେ ହନୁମାନଙ୍କ ଚରିତ୍ର କରିଥିବା ଦାରା ସିଂଙ୍କ ପୁତ୍ର ବିନ୍ଦୁ ଦାରା ସିଂ ଏହି ରାମଲୀଳାରେ ହନୁମାନ ଭୂମିକାରେ ଅଭିନୟ କରିବେ | ଅନେକ କମେଡି ଚଳଚ୍ଚିତ୍ରରେ ଅଭିନୟ କରିଥିବା ରାକେଶ ବେଦୀ ବିଭୀଷଣ ଭୂମିକାରେ ଅଭିନୟ କରିବେ | ସେହିପରି ରାମଲୀଳାରେ ରାବଣ ଭୂମିକାରେ ଶାହାବାଜ ଖାନଙ୍କୁ ଦେଖିବାକୁ ମିଳିବ। କୁହାଯାଉଛି ଯେ ଟିଭି କଳାକାର ସୋନୁ ନାଗରଙ୍କୁ ରାମଙ୍କ ଭୂମିକା ପାଇଁ ଚୟନ କରାଯାଇଥିବାବେଳେ କବିତା ଯୋଶୀ ସୀତା ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe