zeenews.india.com
ମୁମ୍ବାଇ: କହିଲେ ଦେଖି ଉପରେ ଥିବା ଫଟୋଟି କାହାର? ଏହି କୌତୂକିଆ କୁନି ଝିଅଟି ଆଜିକା ଦିନରେ ପରଦାରେ ଦବଙ୍ଗ ବୟ ସଲମାନ ଖାନଙ୍କ ନାୟିକା ସାଜି ସାରିଛନ୍ତି। ହୁଏତ ଆପଣ ଜାଣିପାରୁଥିବେ ଯେ ଫଟୋଟି ହେଉଛି ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍ଙ୍କର। ଫଟୋଟିକୁ ନିକଟରେ ଜାକ୍ଲିନ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ କରିବା ପରେ ଏହା ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ସେ ତାଙ୍କ ପିଲାଦିନର ଏହି ପାସ୍ପୋର୍ଟ ସାଇଜ୍ ଫଟୋଟିକୁ ଇନ୍ଷ୍ଟାରେ ଦେଇ କ୍ୟାପ୍ସନ ଲେଖିଛନ୍ତି, ‘ଇଟ୍ସ ଦ ଉଇକେଣ୍ଡ୍’। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜାକ୍ଲିନ ଚଳିତବର୍ଷ ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ଓ ଏଥିପାଇଁ ସେ ବ୍ୟସ୍ତ ରହିବେ।
ସେ ତାଙ୍କର ହରର୍ କମେଡି ଫିଲ୍ମ ‘ଭୂତ୍ ପୁଲିସ୍’ ପାଇଁ ସୁଟିଂ ସାରିଛନ୍ତି। ଅକ୍ଷୟ କୁମାର ଓ କ୍ରିତି ସାନନଙ୍କ ଅଭିନୀତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ ପାଇଁ ସେ ସୁଟିଂ ଆରମ୍ଭ କରିଛନ୍ତି।
୨୦୧୪ ମସିହାରେ ସଲ୍ମାନଙ୍କ ସହ ‘କିକ୍’ ଚଳଚ୍ଚିତ୍ରରେ ନଜର ଆସିଥିବା ଜାକ୍ଲିନ୍ ଆଗକୁ ‘କିକ୍ ୨’ରେ ବି ନଜର ଆସିବେ ବୋଲି ସୂଚନା ରହିଛି। ସେ ରୋହିତ ସେଟ୍ଟୀଙ୍କ ସିନେମା ‘ସର୍କସ’ରେ ରଣବୀର ସିଂହଙ୍କ ସହ ନଜର ଆସିବେ ବୋଲି ସୂଚନା ରହିଛି।
Follow Us