ଅନୁଭବ, ଅରିନ୍ଦମ ଓ ସବ୍ୟସାଚୀଙ୍କୁ ନେଇଛନ୍ତି, ହେଲେ ଏଯାଏଁ ବାବୁସାନଙ୍କ ସହ ସହ କାମ କରିନାହାନ୍ତି ଏହି ନିର୍ଦେଶକ

Advertisment

ଶିବଶଙ୍କର ଓଝା

ଶିବଶଙ୍କର ଓଝା

ତିନି ଥର ବଡ଼ ପରଦାରେ ସିଦ୍ଧାନ୍ତ ଓ ବାବୁସାନ୍ ଏକାଠି ନଜର ଆସିଛନ୍ତି

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ପ୍ରାୟ ୧୨ ବର୍ଷ ଧରି ଓଡ଼ିଆ ସିନେମାରେ ଅଭିନୟ କରିଚାଲିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ ରୋମିଓ ଦ ଲଭର୍ ବୟ ’। ବ୍ରଜରାଜ ମୁଭିଜ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ଏହା ଅବଶ୍ୟ ଭିନ୍ନ କଥା ଯେ ୨୦୦୯ରେ ମୁକ୍ତିଲାଭ କରିଥିବା ‘ରୋମିଓ ଦ ଲଭର ବୟ’ ପରେ ବାବୁସାନଙ୍କୁ ଦ୍ୱିତୀୟ ଥର ଲାଗି ନିର୍ଦେଶକ ହର ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ମିଳି ନଥିଲା। ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଲଭଲି।

ତେବେ ତାପରେ ସେ ପ୍ରଶାନ୍ତ ନନ୍ଦ, ଚଣ୍ଡୀ ପରିଜା, ସୁଧାଂଶୁମୋହନ ସାହୁ, ଅଶୋକ ପତି, ସୁଶାନ୍ତ ମଣି, ତାପସ ସରଘରିଆ, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ ଓ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଆଗଧାଡ଼ିର ନିର୍ଦେଶକଙ୍କ ସହ କାମ କରିଛନ୍ତି।
ଏଣେ ଓଲିଉଡରେ ଏଭଳି ଜଣେ ନିର୍ଦେଶକ ଅଛନ୍ତି, ଯିଏ କି ପ୍ରାୟ ୨୦ ବର୍ଷ ଧରି ସକ୍ରିୟ ଅଛନ୍ତି, ଯାହାଙ୍କର ଏବେ ବି କେତୋଟି ଫିଲ୍ମ ଫ୍ଲୋରରେ ରହିଛି ହେଲେ ତାଙ୍କୁ ଏଯାବତ୍ ବାବୁସାନଙ୍କୁ ନିର୍ଦେଶନା ଦେବାର ସୁଯୋଗ ମିଳିନାହିଁ। ସେ ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମ, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶ, ଜ୍ୟୋତି, ଦୁଷ୍ମନ୍ତ ଓ ଦୀପକଙ୍କ ଭଳି ନାୟକଙ୍କୁ ନିର୍ଦେଶନା ଦେଇଛନ୍ତି। ଖାଲି ସେତିକି ନୁହେଁ ସେ ବାବୁସାନଙ୍କ ପିତା ଜୟଦେବ ପୁରସ୍କାରପ୍ରାପ୍ତ ଅଭିନେତା ଉତ୍ତମ ମହାନ୍ତି ଏବଂ ମାତା ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି, ହେଲେ ଏଯାବତ୍ ବାବୁସାନଙ୍କୁ ନେଇ କୌଣସି ବି ଗୋଟିଏ ସିନେମା ତିଆରି କରିନାହାନ୍ତି।

publive-image
ଏଠାରେ ଯେଉଁ ନିର୍ଦେଶକଙ୍କ କଥା କୁହାଯାଉଛି, ସେ ହେଲେ ଓଲିଉଡର ଓଣ୍ଡରବୟ ସଞ୍ଜୟ ନାୟକ। ୨୦୦୧ରେ ମୁକ୍ତିଲାଭ କରିଥିବା ରତିକାନ୍ତ କାନୁନଗୋଙ୍କ ପ୍ରଯୋଜିତ ‘ରାଖି ବାନ୍ଧିଲି ମୋ ରଖିବ ମାନ’ ସିନେମାରୁ ନିର୍ଦେଶକ ଭାବେ ସଞ୍ଜୟ ନାୟକ କ୍ୟାରି୍ଅର୍ ଆରମ୍ଭ କରିଥିଲେ। ସେ ଏଯାବତ୍ ୩୦ରୁ ଅଧିକ ସିନେମାର ନିର୍ଦେଶନା ଦେଇସାରିଲେଣି, ହେଲେ ଏଥିଭିତରୁ କୌଣସି ଗୋଟିକ. ବାବୁସାନ୍ ନାୟକ ଭୂମିକା ନିଭାଇନାହାନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରାୟ ୧୩/୧୪ ବର୍ଷ ତଳେ, ସଞ୍ଜୟ ନାୟକ ବାବୁସାନଙ୍କୁ ଲଞ୍ଚ କରିବା ଲାଗି ‘ତତେ ସତରକୁ ମତେ ଅଠର’ ନାମକ ଏକ ସିନେମାର ଯୋଜନା କରିଥିଲେ, କିନ୍ତୁ ତାହା ଫଳପ୍ରଦ ହୋଇନଥିଲା। ଏହାପରେ ନିର୍ଦେଶକ ସଞ୍ଜୟ ନାୟକ ବାବୁସାନଙ୍କୁ ନାୟକ ଭାବେ ନେଇ କୌଣସି ସିନେମା ନିର୍ମାଣ କରିବାର କଥା ଶୁଣାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe