ଭାରତ ଠାରୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ନିରାଶ ପାକିସ୍ତାନୀ ପ୍ରଶଂସକଙ୍କୁ ଏଭଳି କହି ସାନ୍ତ୍ୱନା ଦେଲେ ରଣବୀର ସିଂହ

Advertisment
ଭାରତ ଠାରୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ନିରାଶ ପାକିସ୍ତାନୀ ପ୍ରଶଂସକଙ୍କୁ ଏଭଳି କହି ସାନ୍ତ୍ୱନା ଦେଲେ ରଣବୀର ସିଂହ

India Today

ନୂଆଦିଲ୍ଲୀ : ଗତ ଜୁନ୍‌ ୧୬ରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ଜୋଶ ଦେଖିବାକୁ ମିଳିଥିଲା । ପଡ଼ିଆରେ ବୁଲି ବୁଲି ସେ କ୍ରିକେଟ ପ୍ରେମୀମାନଙ୍କୁ ଉତ୍ସାହିତ କରିବାରେ ଲାଗି ପଡ଼ିଥିଲେ । ଯାହାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି । ଭିଡିଓ ଭାଇରାଲ ହେବା ପରେ ରଣବୀର ହିଁ ସବୁଠାରୁ ବଡ଼ କ୍ରିକେଟ ପ୍ରେମୀ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ତେବେ ଏ ସବୁ ମଧ୍ୟରେ ରଣବୀରଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଉଥିବା ଦେଖା ଯାଇଛି ।

View this post on Instagram

#ranveersingh with a Pakistani fan. He is so sweet ?❤

A post shared by Viral Bhayani (@viralbhayani) on

ଭିଡିଓରେ, "ସବୁବେଳେ ଦ୍ୱିତୀୟ ଥର ରହିଥାଏ । ନିଶ୍ଚୟ ଜିତିବ । ମନ ଛେଟେ କର ନାହିଁ । ପାକିସ୍ତାନୀ କ୍ରିକେଟରମାନେ ଭଲ ଖେଳିଲେ । ସେମାନେ ନିଶ୍ଚୟ ଫେରିବେ" ବୋଲି ରଣବୀର ଜଣେ ପାକିସ୍ତାନୀ ପ୍ରଶଂସକଙ୍କୁ କହୁଥିବା ଦେଖା ଯାଇଛି । ରଣବୀରଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ଏଭଳି କରି ରଣବୀର ଭାରତୀୟ ହେବାର ପରିଚୟ ଦେଇଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe