ଐଶ୍ୱର୍ଯ୍ୟାଙ୍କ ଉପରକୁ ହାତ ଉଠାଇବା ପଛରେ କେତେ ସତ୍ୟତା ରହିଛି? ଏହି ପ୍ରଶ୍ନ ଶୁଣି ଜୋରରେ ହସିବା ସହ ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ରଖିଥିଲେ ସଲମାନ

Advertisment
ଐଶ୍ୱର୍ଯ୍ୟାଙ୍କ ଉପରକୁ ହାତ ଉଠାଇବା ପଛରେ କେତେ ସତ୍ୟତା ରହିଛି? ଏହି ପ୍ରଶ୍ନ ଶୁଣି ଜୋରରେ ହସିବା ସହ ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ରଖିଥିଲେ ସଲମାନ

India TV

ମୁମ୍ବାଇ : ବଲିଉଡ୍‌ରେ ଏମିତି ଅନେକ ପ୍ରେମ କାହାଣୀ ରହିଛି, ଯାହା ସବୁଦିନ ପାଇଁ ଲୋକଙ୍କ ମନରେ ଅମର ହୋଇ ରହିବ । ସେ ସବୁ ମଧ୍ୟରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ସୁଲତାନ୍‌ ସଲମାନ ଖାନ୍‌ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରେମ କାହାଣୀ । କିଛି ବର୍ଷ ପୂର୍ବରୁ ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ଅତ୍ୟନ୍ତ ଦୁଃଖଦାୟକ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କୁ ସଲମାନ ପ୍ରତି କଥାରେ ମାଡ଼ ମାରୁଥିବାରୁ ଐଶ୍ୱର୍ଯ୍ୟା ସଲମାନଙ୍କ ସହ ସବୁ ସଂପର୍କକୁ ଭାଙ୍ଗି ଦେଇଥିଲେ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା । ସଂପର୍କ ଭାଙ୍ଗିବା ପରେ ଐଶ୍ୱର୍ଯ୍ୟା ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିବା ବେଳେ ସଲମାନ ଏବେ ବି ଅବିବାହିତ ଅଛନ୍ତି ।

publive-image DNA India

ତେବେ ଐଶ୍ୱର୍ଯ୍ୟାଙ୍କୁ ପ୍ରକୃତରେ ସଲମାନ ଚାପୁଡ଼ା ମାରିଥିଲେ କି ନାହିଁ ବୋଲି ପ୍ରଶ୍ନ କରାଯିବା ପରେ ପ୍ରଥମେ ପ୍ରଶ୍ନ ଶୁଣି ହସିବାକୁ ଲାଗିଥିଲେ ସଲମାନ । ଏକ ସାକ୍ଷାତକାରରେ ତାଙ୍କୁ ଜଣେ ସାମ୍ବାଦିକ ଏହି ପ୍ରଶ୍ନ କରିବା ପରେ, ଆପଣଙ୍କ ପୂର୍ବରୁ ମୋତେ ଆଉ ଜଣେ ସାମ୍ବାଦିକ ଏହି ସମାନ ପ୍ରଶ୍ନ ପଚାରିଥିଲେ । ଯାହାକୁ ଶୁଣି ମୁଁ ରାଗରେ ସାମ୍ନାରେ ଥିବା ଟେବୁଲକୁ ଜୋରରେ ମାରିଥିଲି । ଯାହାଦ୍ୱାରା ଟେବୁଲଟି ଟିକେ ଭାଙ୍ଗି ଯାଇଥିଲା । ଏଥିରୁ ଆପଣ ଭାବନ୍ତୁ ଯଦି ମୁଁ କୌଣସି କଥାରେ ରାଗି ତାଙ୍କ ଉପରକୁ ହାତ ଉଠାଇଥାନ୍ତି । ତେବେ ମୋତେ ଲାଗୁନି କି ସେ ବଞ୍ଚିଥାନ୍ତେ ବୋଲି କହି ନିଜର ମତ ରଖିଥିଲେ ସଲମାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe