ମୁମ୍ବାଇ: କୁହାଯାଏ ଗୋଟିଏ ମଣିଷ ପରି ପୂରା ବିଶ୍ୱରେ ୭ଟି ଚେହେରା ଥାଏ। ସିନେ ନିର୍ଦ୍ଦେଶକ କରଣ ଜୋହାର ତାଙ୍କ ପରି ଆଉ ଏକ ଚେହେରାକୁ ପାଇଛନ୍ତି। ଟୁଇଟରରେ କରଣ ଜୋହାରଙ୍କ ପରି ଦିଶୁଥିବା ଦାବି କରିଥିବା ଜଣେ ଟୁଇଟରିଆନ୍ର ଟୁଇଟ୍ରେ ରିଟୁଇଟ୍ କରିଛନ୍ତି ଜୋହର ସାହେବ।
ଯୁବକ ଜଣକ ଟୁଇଟର୍ରେ କରଣଙ୍କୁ ପଚାରିଛନ୍ତି, ‘ଲୋମାନେ ମୋତେ କୁହନ୍ତି ମୁଁ କରଣଙ୍କ ପରି ଦିଶେ। ବାସ୍ତବରେ ଦିଶେ କି?’
ଯୁବକଙ୍କ ଟୁଇଟ୍ର ରିଟୁଇଟ୍ କରି କରଣ ଲେଖିଛନ୍ତି, ‘କିଛି ଟୁଇଟ୍ ମୋତେ ବାକ୍ଶୂନ୍ୟ କରିଦିଏ। ଏହା ସେମିତି ଟୁଇଟ୍ ଭିତରୁ ଗୋଟିଏ।’
ତା’ପରେ ଯୁବକ ଜଣକ କମେଣ୍ଟ୍ ବକ୍ସରେ ଆଉ କିଛି ଫଟୋ ସହ ତାଙ୍କୁ ଲୋକମାନେ କରଣ ଜୋହର କହୁଥିବା ଚାଟ୍ ବକ୍ସର ସ୍କ୍ରିନ୍ ସଟ୍ ସେୟାର୍ କରିଛନ୍ତି।
ଅତୀତରେ ଅନେକ ଲୋକଙ୍କ ହମ୍ସକଲ୍ ମିଳିସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାତ୍ମା ଗାନ୍ଧୀ, ଆଞ୍ଜେଲିନ୍ ଜୋଲି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଇମା ଓ୍ଵାଟ୍ସନ, ଜେନିଫର୍ ଲୋପେଜ୍ ଆଦିଙ୍କର ହମ୍ସକଲ ଲୋକଙ୍କୁ ଚକିତ କରାଇଛି।
Follow Us