'ଆରଆରଆର'ର ଓସ୍କାର ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା, ରାଜାମୌଲିଙ୍କ ପୁଅ ଦେଲେ ତଥ୍ୟ

Advertisment
'ଆରଆରଆର'ର ଓସ୍କାର ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା, ରାଜାମୌଲିଙ୍କ ପୁଅ ଦେଲେ ତଥ୍ୟ

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଥିଲା। ଏହି ସମ୍ମାନ ଅର୍ଜନ କରିବା ପରେ ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜାମୌଲି 'ଆରଆରଆର'ର ଓସ୍କାର ବିଜ୍ଞାପନ ପାଇଁ ୮୦କୋଟି ଟଙ୍କା ଖର୍ଚ୍ଚ କରିଥିବା ଚର୍ଚ୍ଚା ହୋଇଥିଲା।

ବର୍ତ୍ତମାନ, ରାଜାମୌଲିଙ୍କ ପୁଅ ଏସ୍ଏସ କାର୍ତ୍ତିକେୟ ଏହି ଗୁଜବକୁ ନେଇ ନିଜର ନିରବତାକୁ ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ “ଆମେ ୫କୋଟି ଟଙ୍କା ଖର୍ଚ୍ଚ କରି 'ଆରଆରଆର'ର ଓସ୍କାର ବିଜ୍ଞାପନ କରିବୁ ବୋଲି ଯୋଜନା କରିଥିଲୁ। କିନ୍ତୁ ଏହାର ବିଜ୍ଞାପନ ପାଇଁ ଆମକୁ ୮.୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। କାରଣ ଆମେ ଆମେରିକାର ଅନେକ ସହରରେ ସ୍ୱତନ୍ତ୍ର ସ୍କ୍ରିନିଂ କରିଥିଲୁ।

ତେବେ 'ଆରଆରଆର' ବ୍ୟତୀତ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe