ପ୍ରଥମ ଥର ଛୋଟ ପରଦାରେ ଓଲିଉଡର ଏହି ଜଣାଶୁଣା ନାୟକ

Advertisment
ପ୍ରଥମ ଥର ଛୋଟ ପରଦାରେ ଓଲିଉଡର ଏହି ଜଣାଶୁଣା ନାୟକ

twitter

ଭୁବନେଶ୍ବର: ବଡ଼ ପରଦା ଛାଡ଼ି ପ୍ରଥମ ଥର ଛୋଟ ପରଦାରେ ପଦାର୍ପଣ କରିଛନ୍ତି ଓଲିଉଡର ଜଣେ ଜଣାଶୁଣା ନାୟକ। ତାଙ୍କର ଏଯାଏ ମାତ୍ର ଗୋଟିଏ ସିନେମା ରିଲିଜ୍ ହୋଇଥିବା ବେଳେ ଆଉ ଦୁଇଟି ମୁକ୍ତି ପ୍ରତୀକ୍ଷାରେ ରହିଛି।

publive-image

ଓଡ଼ିଆ ସିନେମା ‘ସେଲଫିସ୍ ଦିଲ୍’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିବା ଏହି ନାୟକ ହେଲେ ଶ୍ରେୟାନ୍। ସେ ଏବେ ଛୋଟ ପରଦାରେ ନଜର ଆସିଛନ୍ତି। ତାଙ୍କୁ ଷ୍ଟାର୍ କିରଣ ଓଡ଼ିଆ ଚାନେଲରେ ପ୍ରସାରିତ ମେଗା ଧାରାବାହିକ ‘ତୁ କହିବୁ ନା ମୁଁ’ରେ ଦେଖିବାକୁ ମିଳୁଛି। ଏଥିରେ ସେ ପ୍ରଥମ ଥର ଲାଗି ଜଣାଶୁଣା ଟେଲି ନାୟିକା ମିତାଲି ସରଘରିଆଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି। ପ୍ରେମ କାହାଣୀ ଆଧାରିତ ‘ତୁ କହିବୁ ନା ମୁଁ’ରେ ଶ୍ରେୟାନଙ୍କ ଚରିତ୍ରର ନାଆଁ ରହିଛି ଆକାଶ ସିଂହଦେଓ। ଏଥିରେ ମିତାଲି ଅଭିନୟ କରୁଥିବା ଭୂମିକାର ନାଆଁ ରହିଛି ମେଘା ଦାସ। ଆକାଶ ଓ ମେଘାଙ୍କ ପ୍ରେମ କାହାଣୀ ଦର୍ଶକଙ୍କୁ କେତେ ଆକର୍ଷିତ କରୁଛି ତାହା ଦେଖିବାକୁ ବାକି ରହିଲା। ଅକ୍ଷୟ ପରିଜା ପ୍ରଡକସନ୍ସ ବ୍ୟାନରରେ ଏହା ନିର୍ମିତ ଏହି ମେଗା ଧାରାବାହିକକୁ ନେଇ ଶ୍ରେୟାନ୍ ଉତ୍ସାହିତ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରେୟାନଙ୍କ ଅଭିନୀତ ‘ଚୁମକି ସେତ ପାଣିରେ ବୁଡ଼ିବ ନାହିଁକି’ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିରେ ଉପାସନା ମହାନ୍ତି ଅଛନ୍ତି ଶ୍ରେୟାନଙ୍କ ନାୟିକା ଭୂମିକାରେ। ଏହାର ପ୍ରଯୋଜନା କରିଛନ୍ତି ଉପହାର ଏବଂ ଅନୀଶ ଭଦ୍ରା। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ନୃତ୍ୟ ନିର୍ଦ୍ଦେଶକ ଗିରିଶ ମହାନ୍ତି। ଏହାଛଡ଼ା ‘ଓଏ ଅଞ୍ଜଳି’ ସିନେମାରେ ବି ନଜର ଆସିବେ ଶ୍ରେୟାନ୍। ଏଥିରେ ମୁମ୍ବାଇ ଜଣେ ମଡେଲ୍ ମାନବୀଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର କାହାଣୀକାର ତଥା ନିର୍ଦ୍ଦେଶକ ହେଲେ ରମାଶଙ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe