ଏହି ଗୀତ ସୋନୁ ନିଗମଙ୍କର ଭାଗ୍ୟ ବଦଳାଇ ଦେଇଥିଲା

Advertisment
ଏହି ଗୀତ ସୋନୁ ନିଗମଙ୍କର ଭାଗ୍ୟ ବଦଳାଇ ଦେଇଥିଲା

ମୁମ୍ବାଇ: ଲୋକପ୍ରିୟ ଗାୟକ ସୋନୁ ନିଗମ୍‌ଙ୍କର ଆଜି ହେଉଛି ଜନ୍ମ ଦିନ। ସେ ୧୯୭୩ ମସିହା ଜୁଲାଇ ୩୦ ତାରିଖରେ ହରିଆନାର ଫରିବାଦଠାରେ ଜନ୍ମ ହୋଇଥିଲେ। ସୋନୁଙ୍କର ସଙ୍ଗୀତ ପ୍ରତି ଥିବା ଆକର୍ଷଣ। ଦେଖି ତାଙ୍କ ପିତା ଅଗମ ନିଗମଙ୍କ ସହିତ ଷ୍ଟେଜ୍‌ ସୋ’ରେ ନିଜ ସହିତ ଗାଇବାର ସୁଯୋଗ ଦେଉଥିଲେ ।

ସୋନୁ ନିଗମ ପ୍ରଥମେ ମହମ୍ମଦ ରଫିଙ୍କ ଗୀତ ଗାଇଥିଲେ। ଗାୟକ ହେବା ନିଶାରେ ସୋନୁ ୧୯ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ଏଠାରେ ସେ ପ୍ରଖ୍ୟାତ ସଙ୍ଗୀତକାର ଉସ୍ତାଦ ଗୁଲାମ୍‌ ମୁସ୍ତଫା ଖାନ୍‌ଙ୍କ ଠାରୁ ବିଧିବଦ୍ଧଭାବେ ସଙ୍ଗୀତର ପ୍ରଶିକ୍ଷଣ ନେଇଥିଲେ।

ସୋନୁ ନିଗମଙ୍କ କଣ୍ଠରେ ମହମ୍ମଦ ରଫିଙ୍କ ଗୀତ କ୍ୟାସେଟ୍‌ ‘ରଫି କି ୟାଦେଁ ’ରିଲିଜ୍‌ ହେବା ପରେ ସେ ଲୋକପ୍ରିୟ ହେଲେ ।

ସୋନୁ ନିଗମ୍‌ ପ୍ରଚ୍ଛଦପଟ ଗାୟକ ଭାବେ ଫିଲ୍ମ ‘ଜନମ୍‌’ରେ ଡେବ୍ୟୁ କରିଥିଲେ। ସେହି ସମୟରେ ଟି ସିରିଜର ମାଲିକ ଗୁଲଶନ୍‌ କୁମାର ସୋନୁଙ୍କୁ ସିନେମା ‘ବେଓ୍ଵଫା ସନମ୍‌’ର ଆଚ୍ଛା ସିଲାଦିଆ ତୁନେ...’ ଗୀତରେ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ। ଏହି ଗୀତ ସୋନୁଙ୍କର ଭାଗ୍ୟ ବଦଳାଇ ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe