ଏହି ଓଡ଼ିଆ ନାୟିକା ପ୍ରଥମ ସିନେମାରେ ପରଦାରେ ଲଗାଇଥିଲେ ନିଆଁ!

Advertisment
ଏହି ଓଡ଼ିଆ ନାୟିକା ପ୍ରଥମ ସିନେମାରେ ପରଦାରେ ଲଗାଇଥିଲେ ନିଆଁ!

Utkantha in Bachelor

ପ୍ରତିବର୍ଷ ଓଲିଉଡ୍‍ରେ ନୂଆ ନୂଆ ନାୟିକାଙ୍କର ଏଣ୍ଟ୍ରି ହେଉଛି। ସେମାନଙ୍କ ଭିତରୁ କେତେଜଣ ଓଡ଼ିଆ ଆଉ କେତେକ ବଙ୍ଗୀୟା,ପୁଣି ଦକ୍ଷିଣ ଭାରତୀୟ ଯୁବତୀ ଅଥବା ମୁମ୍ବେୟା ବି ଅଛନ୍ତି । ଏମିତି ପରଦେଶୀ ନାୟିକାମାନେ ଅଙ୍ଗପ୍ରଦର୍ଶନ କରିବା ମାମଲାରେ ବିନ୍ଦାସ୍‌ ହୋଇଥିବା ହେତୁ ଅନେକ ସମୟରେ ସେମାନଙ୍କୁ ଓଡ଼ିଶା ଅଣାଯାଇଥାଏ, ହେଲେ ସାଧାରଣ ଭାବେ ଓଡ଼ିଆ ନାୟିକାମାନେ ଏହି ପ୍ରସଙ୍ଗରେ ଟିକେ ରକ୍ଷଣଶୀଳ।

ତେବେ ବେଳେବେଳେ ଏମିତି ଓଡ଼ିଆ ନାୟିକା ପରଦାକୁ ଆସିଛନ୍ତି, ଯେଉଁମାନେ ନିଜର ହିଟ୍‌ ଅନ୍ଦାଜ୍‌ ଓ ବୋଲ୍‌ଡ ସିନ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଆସନ୍ତୁ ନିକଟ ଅତୀତରେ ଏମିତି ଯେଉଁ ତିନି ଓଡ଼ିଆ ନାୟିକାଙ୍କ କଥା ଜାଣିବା,ଯେଉଁମାନେ ଡ଼େବ୍ୟୁ ଫିଲ୍ମରେ ହିଁ ନିଆଁ ଲଗାଇ ଦେଇଥିଲେ।

publive-image NIHARIKA

ନିହାରୀକା : ତରଙ୍ଗ ସିନେ ପ୍ରଡ଼କସନ୍‌ସର ‘ତୁ କହିବୁ ନା ମୁଁ’ଜରିଆରେ ଓଲିଉଡ଼୍‍ରେ ଡ଼େବ୍ୟୁ କରିଥିବା ନବାଗତା ଥିଲେ ନିହାରିକା। ସେ ତରଙ୍ଗ ଚାନେଲରେ ପ୍ରସାରିତ ସୋ’ ‘କିଏ ହେବ ମୋ’ ହିରୋଇନ୍‌’ର ବିଜୟନୀ ହେବାପରେ ଏହି ଫିଲ୍ମରେ ନାୟିକା ସାଜିଥିଲେ। ତାଙ୍କୁ ପ୍ରଥମ ସିନେମାରେ ଅମ୍ଳାନଙ୍କ ବିପକ୍ଷରେ ନାୟିକା ଭୂମିକା ମିଳିଥିଲା। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ନିହାରୀକା ଯେ ପ୍ରଭାବଶାଳୀ ଅଭିନୟ କରିନଥିଲେ,ତା ନୁହେଁ;କିନ୍ତୁ ସେଥିପାଇଁ ସେ ଚର୍ଚ୍ଚିତା ହୋଇନଥିଲେ। ଅମ୍ଳାନ ଓ ନିହାରୀକାଙ୍କ ଉପରେ ସୁଟ୍‌ ହୋଇଥିବା ହଟ୍‌ ସିନ୍‌ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ‘ତୁ କହିବୁ ନା ମୁଁ’ ପରେ ନିହାରୀକା ଅନ୍ୟ କୌଣସି ଓଡ଼ିଆ ସିନେମାରେ ନଜର ଆସିନାହାନ୍ତି।

ଉତ୍କଣ୍ଠା: ଉତ୍କଣ୍ଠା ହେଉଛନ୍ତି ଆଉ ଜଣେ ନବାଗତା, ଯିଏ କି ତାଙ୍କର ପ୍ରଥମ ଓଡ଼ିଆ ସିନେମାରେ ହିଁ ଅଙ୍ଗପ୍ରଦର୍ଶନର ସୀମା ଟପି ଯାଇଥିଲେ ବୋଲି କୁହାଯାଏ। ହଁ, ଉତ୍କଣ୍ଠା ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ବ୍ୟାଚେଲର୍‌’ରେ ଛୋଟ ଛୋଟ ଡ୍ରେସ୍‌ ପିନ୍ଧି ନାୟକ ଅଖିଳଙ୍କ ସହ ଜବରଦସ୍ତ ରୋମାଣ୍ଟିକ୍ତ ସିନ୍‌ କରି ଚର୍ଚ୍ଚାକୁ ଆସିଥିଲେ। ସେ ନିଜର ବୋଲ୍‌ଡନେସ ପାଇଁ କେବଳ ଚର୍ଚ୍ଚାରେ ରହିଗଲେ। ହେଲେ ଉତ୍କଣ୍ଠାଙ୍କୁ ପାଞ୍ଚବର୍ଷ ହେବ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ପାଇନାହାନ୍ତି ସିନେପ୍ରେମୀ।

ସୁପ୍ରିୟା: ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’ଜରିଆରେ ଓଲିଉଡ଼୍‍ରେ ଡ଼େବ୍ୟୁ କରିଥିବା ସୁପ୍ରିୟା ତାଙ୍କ ପ୍ରଥମ ସିନେମାରେ ଅଙ୍ଗପ୍ରଦର୍ଶନ କରି ଚର୍ଚ୍ଚିତ ହୋଇଥିଲେ। ଏଥିରେ ସେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ବନିଥିଲେ। ଏବେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ଓନ୍‌ଲି ପ୍ୟାର୍‌’ ରିଲିଜ୍‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe