ଆଲିଆ ଗର୍ଭବତୀ ଥିବା କଥା ୨ ମାସ ତଳୁ ସୋସିଆଲ୍‌ ମିଡିଆରେ ହୋଇଥିଲା ପୋଷ୍ଟ୍‌, ପୁଣି ବ୍ୟାନ୍‌ କରାଯାଇଥିଲା ପେଜ୍‌

Advertisment
ଆଲିଆ ଗର୍ଭବତୀ ଥିବା କଥା ୨ ମାସ ତଳୁ ସୋସିଆଲ୍‌ ମିଡିଆରେ ହୋଇଥିଲା ପୋଷ୍ଟ୍‌, ପୁଣି ବ୍ୟାନ୍‌ କରାଯାଇଥିଲା ପେଜ୍‌

India Today

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କୁପର ସେମାନଙ୍କ ବିବାହର ୩ ମାସ ମଧ୍ୟରେ ଆଲିଆ ଗର୍ଭବତୀ ଥିବା କଥା ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ମାତ୍ର ଆପଣ ଜାଣନ୍ତି କି ଆଲିଆ ଗର୍ଭବତୀ ଥିବା କଥା ୨ ମାସ ତଳୁ ହିଁ ଜଣେ ମହିଳା ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ। ସେ ସମୟରେ ମହିଳାଙ୍କୁ କିଛି ଲୋକ ଥଟ୍ଟା କରିବା ସହିତ କିଛି ଲୋକ ଗମ୍ଭୀର ଭା‌ବେ ସମାଲୋଚନା କରିଥିଲେ। ଏପରିକି  ତାଙ୍କ ପେଜ୍‌କୁ ସେ ସମୟରେ ବ୍ୟନ୍‌ କରି ଦିଆଯାଇଥିଲା ମଧ୍ୟ। ଏବେ ଆଲିଆ ଗର୍ଭବତୀ ଥିବା କଥା ସର୍ବସାଧାରଣକୁ ଆସିବା ପରେ ତାଙ୍କ ପେଜ୍‌କୁ ରିଟ୍ରାଇଭ୍‌ କରା ହୋଇଛି ଓ ମହିଳାଙ୍କୁ ଲୋକ ଅନେକ ପ୍ରଶଂସା ବି କରୁଛନ୍ତି। ଲୋକଙ୍କ ସମର୍ଥନ ପାଇଁ ମହିଳା ଜଣକ ନିଜର କୃତଜ୍ଞତା ଜଣାଇ ଅନ୍ୟ ଏକ ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଛି।

publive-image

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ବଲିବ୍ଲାଇଣ୍ଡ୍‌ସଆଣ୍ଡ୍‌ଗସିପ୍‌’ ଗତ ଏପ୍ରିଲ୍‌ରେ ଆଲିଆ ଗର୍ଭବତୀ ଅଛନ୍ତି ବୋଲି ଏକ ପୋଷ୍ଟ୍‌ କରିଥିଲା। ଏଥିରେ ନ୍ୟୁବି-ଫୋର୍‌ଫନ୍‌ ନାମକ ଜଣେ ରେଡିଟ୍‌ ବ୍ୟବହାରକାରୀ ଲେଖିଥିଲେ ଯେ ମିସ୍‌ ଭଟ୍ଟ ଗର୍ଭବତୀ ଅଛନ୍ତି ଓ ଏହି ଖବରର ଉତ୍ସ ହେଉଛନ୍ତି ଜଣେ ବନ୍ଧୁ ତଥା ମେକ୍‌ଅପ୍‌ ଆର୍ଟିଷ୍ଟ୍‌। ସେ ସମୟରେ ଏହି ଖବରକୁ ନେଇ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଖୁବ୍ ମଜାକ୍‌ ଉଡ଼ାଇଥିଲେ। ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଆଲିଆ ତାଙ୍କ ଗର୍ଭଧାରଣ କଥା ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ୍‌ଙ୍କୁ କହିଲେ?’ ଆଉ ଜଣେ ଲେଖିଥିଲେ, ‘ମେକ୍‌ ଅପ୍‌ ଆର୍ଟିଷ୍ଟ୍‌ ଜଣକ ଶୁଣିଥିବେ କିଛି ଓ ବୁଝିଥିବେ ଆ‌ଉ କିଛି।’ ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେ ପୋଷ୍ଟ୍‌ଟିର ସତ୍ୟତା ଥିବା ପ୍ରମାଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe