ଭୁବନେଶ୍ୱର: ଓଲିଉଡ଼୍ରେ ଏକ ଗୁରୁତ୍ୱପୂର୍ଣ୍ଣ ରିଲିଜ୍ ପର୍ବ ହେଲା ଦଶହରା। ଗତ କିଛି ବର୍ଷ ହେବ ଦଶହରା ଅବସରରେ ୨ରୁ ୪ଟି ଲେଖାଏଁ ସିନେମା ରିଲିଜ୍ ହେଉଥିବାର ଦେଖିବାକୁ ମିଳିଛି। ତେବେ ଏଥର ପୂଜାବଜାରକୁ ଆସୁଛି ତିନିଟି ଓଡ଼ିଆ ଛବି।ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦୀମାନେ ସାମ୍ନା ସାମ୍ନି ହେଉଛନ୍ତି। ଯେଉଁ ତିନିଜଣ ନାୟକଙ୍କ ମଧ୍ୟରେ ଅଧିକାଂଶ ସମୟରେ ଟକ୍କର ହେଉଛି,ଓଲିଉଡ଼୍ର ସେହି ତିନି ଟପ୍ ନାୟକ ଏଥର ବି ଆମ୍ନେ ସାମ୍ନେ ହେଉଛନ୍ତି।
ଏହି ତିନି ନାୟକ ହେଲେ ଅନୁଭବ,ଅରିନ୍ଦମ୍ ଏବଂ ବାବୁସାନ୍।ଏଥର ପୂଜାବଜାରରେ ଅନୁଭବଙ୍କ ଅଭିନୀତ ‘କାବୁଲା ବାରବୁଲା-ସର୍ଚ୍ଚିଂ ଫର୍ ଲୈଲା’ସାଙ୍ଗକୁ ଅରିନ୍ଦମ୍ଙ୍କ ଅଭିନୀତ ‘ଶିବା ନଟ୍ ଆଉଟ୍’ର ଜୋରଦାର୍ ଟକ୍କର ହେଉଥିବା ଜଣାଯାଇଛି। ଅପରପକ୍ଷରେ ଷ୍ଟାର୍ସନ୍ ବାବୁସାନ୍ଙ୍କ ଅଭିନୀତ ‘ହିରୋ ନମ୍ବର ଓ୍ଵାନ୍’ବି ଆସୁଛି।ଏଥିମଧ୍ୟରୁ ପ୍ରଥମ ଓ ଶେଷ ହେଉଛି ରୋମାଣ୍ଟିକ୍ କମେଡ଼ି,କିନ୍ତୁ ଦ୍ୱିତୀୟଟି ଆଉଟ୍ ଆଣ୍ଡ୍ ଆଉଟ୍ ଆକ୍ସନ୍ ମୁଭି।
ଅନୁଭବଙ୍କ ନାୟିକା ଭୂମିକାରେ ଏଲିନା ଥିବାବେଳେ ଅରିନ୍ଦମ୍ଙ୍କ ବିପକ୍ଷରେ ଅଛନ୍ତି ଅର୍ଚ୍ଚିତା। ଅପରପକ୍ଷରେ ବାବୁସାନ୍ଙ୍କ ଯୋଡ଼ିଦାର୍ ବନିଛନ୍ତି ଭୂମିକା ଦାସ। ପୂଜାବଜାରରେ ଏହି ହିରୋମାନଙ୍କ ଫିଲ୍ମ ଭିତରୁ କେଉଁଟି ସର୍ବାଧିକ ସଫଳ ହେଉଛି ଓ କେଉଁ ଯୋଡ଼ି ସୁପର୍ହିଟ୍ ହେଉଛି,ତାହା ଦେଖିବାକୁ ବାକି ରହିଲା।
ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !
Advertisment
Follow Us