କ୍ଷମା ମାଗିବାକୁ ମନା କଲେ କମଲ ହାସନ, କର୍ଣ୍ଣାଟକରେ ରିଲିଜ୍ ହେବନି 'ଠଗ୍ ଲାଇଫ୍'

wte

ମୁମ୍ବାଇ: ମୁଁ କ୍ଷମା ମାଗିବି ନାହିଁ। ତାମିଲ-କନ୍ନଡ ଭାଷା ବିବାଦ ମଧ୍ୟରେ କ୍ଷମା ମାଗିବାକୁ ମନା କଲେ ଦକ୍ଷିଣ ତାରକା କମଲ ହାସନ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ କ୍ଷମା ମାଗିବେ ନାହିଁ। ଏପରି ସ୍ଥିତିରେ, ତାଙ୍କ ଫିଲ୍ମ 'ଠଗ୍ ଲାଇଫ୍' ଏବେ କର୍ଣ୍ଣାଟକରେ ରିଲିଜ୍ ହେବ ନାହିଁ‌ ବୋଲି ଜଣାପଡ଼ିଛି। କମଲ ହାସନଙ୍କ ପ୍ରଯୋଜନା କମ୍ପାନି ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟକୁ କହିଛି ଯେ, ଏହି ବିବାଦରେ କ୍ଷମା ମାଗିବା ଭଳି କିଛି ନାହିଁ।

କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ୍ କମର୍ସ (କେଏଫସିସି) କମଲଙ୍କୁ କ୍ଷମା ମାଗିବା ପାଇଁ କହିଥିବା ବେଳେ କମଲ ହାସନ ଜବାବରେ ଏକ ଲିଖିତ ବିବୃତି ଜାରି କରିଛନ୍ତି। ଅଭିନେତା ବିବୃତିରେ ଲେଖିଛନ୍ତି - 'ଆମକୁ ବର୍ତ୍ତମାନ ପୁଲିସ ସୁରକ୍ଷାର ଆବଶ୍ୟକତା ନାହିଁ। କାରଣ ଫିଲ୍ମଟି କର୍ଣ୍ଣାଟକରେ ରିଲିଜ୍ ହେବ ନାହିଁ। ଆମେ ଫିଲ୍ମ ଚାମ୍ବର ସହିତ କଥା ହେବୁ। ମୋ କହିବାର ଅର୍ଥ କେବଳ ଏତିକି ଥିଲା ଯେ ଆମେ ସମସ୍ତେ ଏକ୍ ଏବଂ ଗୋଟିଏ ପରିବାରର। କୌଣସି ପ୍ରକାରେ କନ୍ନଡକୁ ହୀନ ମନେ କରିବା ଉଚିତ୍ ନୁହେଁ। କନ୍ନଡ ଭାଷାର ସମୃଦ୍ଧ ଐତିହ୍ୟ ଉପରେ କୌଣସି ବିବାଦ କିମ୍ବା ବିତର୍କ ହୋଇନାହିଁ। ତାମିଲ ପରି, କନ୍ନଡରେ ମଧ୍ୟ ଏକ ଗୌରବମୟ ସାହିତ୍ୟିକ ଏବଂ ସାଂସ୍କୃତିକ ପରମ୍ପରା ଅଛି ଯାହାକୁ ମୁଁ ଦୀର୍ଘ ଦିନ ଧରି ପ୍ରଶଂସା କରିଆସୁଛି।'

ସେ ଆହୁରି ଲେଖିଛନ୍ତି ଯେ, 'ମୋର କ୍ୟାରିୟର ସମୟରେ, କନ୍ନଡ ଭାଷାଭାଷୀ ସମ୍ପ୍ରଦାୟ ଦ୍ୱାରା ଦିଆଯାଇଥିବା ସ୍ନେହ ଓ ଭଲପାଇବାକୁ ମୁଁ ଆଦର କରିଛି ଏବଂ ମୁଁ ଦୃଢ଼ତାର ସହିତ କହୁଛି ଯେ, ଭାଷା ପ୍ରତି ଥିବା ମୋର ଭଲପାଇବା ସତ୍ୟ। ମୁଁ ସର୍ବଦା ସମସ୍ତ ଭାରତୀୟ ଭାଷାକୁ ସମ୍ମାନ ଦେଇଆସିଛି। କେଉଁ ଭାଷାର ପ୍ରଧାନ୍ୟ ଅଧିକ? ଏହି ବିତର୍କକୁ ମୁଁ ସର୍ବଦା ବିରୋଧ କରିଆସିଛି। କାରଣ ମୋ ପାଇଁ ସବୁ ଭାଷା ସମାନ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe