‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ଟ୍ରେଲର୍‌ ରିଲିଜ୍‌ ହେଲା

‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ଟ୍ରେଲର୍‌ ରିଲିଜ୍‌ ହେଲା

ମୁମ୍ବାଇ: ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ନୂଆ ସିନେମା ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଆଗରୁ ଯେମିତି ଘୋଷଣା କରାଯାଇଥିଲା କି ଏହା ୟଶରାଜ ଫିଲ୍ମସର ପ୍ରତିଷ୍ଠାତା ୟଶ୍‌ ଚୋପ୍ରାଙ୍କ ଜନ୍ମଦିନରେ ରିଲିଜ୍‌ ହେବ ତାହା ହୋଇଛି।
ଏହି ସିନେମାରେପ୍ରଥମ ଥରଲାଗି ଅମୀର୍‌ ଖାନ୍‌ ଏବଂ ଅମିତାଭ ବଚ୍ଚନ ଏକାଠି ଆସୁଛନ୍ତି । ଏତଦବ୍ୟତୀତ କାଟ୍ରିନା କୈଫ୍‌ ଏବଂ ଫାତିମା ଶେଖ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ୨୦୧୮ ଦିଓ୍ଵାଲୀରେ ଅର୍ଥାତ୍‌ ନଭେମ୍ବର ୮ ତାରିଖରେ ରିଲିଜ୍‌ ହେବ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ । ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଏବଂ ବିଜୟକୃଷ୍ଣ ଆଚାର୍ଯ୍ୟ ନିର୍ଦ୍ଦେଶକ।

publive-image

ଏହି ସିନେମାରେ ନିଜର ଚରିତ୍ରକୁ ନେଇ ଅମୀର୍‌ ଖାନ୍‌ ଅଧିକ ଉତ୍ସାହିତ ଥିବା ବେଳେ କାଟ୍ରିନା କୈଫ୍‌ ଦ୍ୱିତୀୟ ଥର ଲାଗି ତାଙ୍କ ସହ ଯୋଡି ବନାଉଥିବାରୁ ବି ଖୁସି ଅଛନ୍ତି। ପୂର୍ବରୁ ଫିଲ୍ମର ଫାର୍ଷ୍ଟ ଲୁକ୍‌ ସିନେ ପ୍ରେମୀଙ୍କ ମହଲରେ ବେଶ୍‌ ପ୍ରଶଂସିତ ହୋଇଥିଲା। ଏବେ ଦେଖିବା କଥା ଏହାର ଟ୍ରେଲରକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe