‘ଗଣପତ୍‌’ର ମୋସନ୍‌ ପୋଷ୍ଟର ସେୟାର କ‌‌ଲେ ଟାଇଗର୍‌

‘ଗଣପତ୍‌’ର ମୋସନ୍‌ ପୋଷ୍ଟର ସେୟାର କ‌‌ଲେ ଟାଇଗର୍‌

BollyWood Khabare

ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଟାଇଗର ସ୍ରଫ୍‌ ଆଜି ସାମାଜିକ ଗଣମାଧ୍ୟମରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ସେ ପୂଜା ଫିଲ୍ମସ୍‌ର ଚଳଚ୍ଚିତ୍ର ‘ଗଣପତ’ରେ ନଜର ଆସିବେ। ଆଜି ଟ୍ବିଟର୍‌ରେ ଏକ ମୋସନ୍‌ ପୋଷ୍ଟର୍‌ ସେୟାର କରି ‌ସେ ଲେଖିଛନ୍ତି, ଏହା ମୋ ପାଇଁ ଖୁବ୍‌ ସ୍ବତନ୍ତ୍ର, ଆପଣମାନଙ୍କ ପାଇଁ ମଧ୍ୟ। ମୁଁ ନେଇ ଆସୁଛି ‘ଗଣପତ୍‌’ ଆହୁରି ଅଧିକ ଆକ୍ସନ, ଥ୍ରିଲ୍‌ ଓ ମନୋରଞ୍ଜନ ସହ।

ଏହି ମୋସନ୍‌ ପୋଷ୍ଟର୍‌ରେ ଟାଇଗର୍‌ଙ୍କୁ ଏକ ଭଙ୍ଗା କୋଠା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟି ୨୦୨୨ ମସିହାରେ ମୁକ୍ତିଲାଭ କରିବ। ପ୍ରକାଶଯୋଗ୍ୟ ଯେ ଟାଇଗର୍‌ ‌ଶେଷଥର ପାଇଁ ବାଗି-୩ ଚଳଚ୍ଚିତ୍ରରେ ନଜର ଆସିଥିଲେ। ନିକଟ ଅତୀତରେ ସେ ‘ଅନ୍‌ବିଲିଭେବୁଲ୍‌’ ଗୀତ ଗାଇ ଚର୍ଚ୍ଚିତ ହୋଇଥିଲେ। ଆଗକୁ ଟାଇଗର୍‌ ‘ହିରୋପନ୍ତି-୨’ରେ ବି ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe