ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଅଛନ୍ତି ଟାଇଗର୍‌ ଶ୍ରଫ୍‌ ?

ଜାଣନ୍ତୁ କାହିଁକି ଚର୍ଚ୍ଚାରେ ଅଛନ୍ତି ଟାଇଗର୍‌ ଶ୍ରଫ୍‌ ?

photo-indianexpress.com

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟକ ଟାଇଗର୍‌ ଶ୍ରଫ୍‌ ଏବେ ନିଜର ଅପକମିଂ ସିନେମାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଏହି ସିନେମାରେ ମିସ୍‌ ଓ୍ଵାର୍ଲଡ୍‌ ମାନୁଷୀ ଛିଲ୍ଲର ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି।

publive-image photo-indiatvnews.com

ଏଣେ ହଟ୍‌ ହିରୋଇନ୍‌ ଦିଶା ପଟାନଙ୍କ ପ୍ରେମୀ ଭାବେ ବି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି। ସେ ଦୁହିଁଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗଥିଲା। ଏଥିରେ ଉଭୟ ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନି ପରସ୍ପରର ବେକରେ ମାଳା ପିନ୍ଧାଉଛନ୍ତି। ସେଥିରୁ ଅନୁମାନ କରା ଯାଉଥିଲା କି ବୋଧହୁଏ ଏହି ପ୍ରେମୀଯୁଗଳ ଗୁପ୍ତରେ ବିବାହ କରିଛନ୍ତି। ଏଦୁହେଁ ଗୋଆରେ ଫିଲ୍ମ ‘ବାଗୀ-୨’ର ସୁଟିଂ ସମୟରେ ଏପରି କରିଥିବା କୁହାଗଲା ।ଏ ଦୁହେଁ ନୂଆ ବର୍ଷରେ ଶ୍ରୀଲଙ୍କା ଯାଇ ସମୟ କାଟିଥିଲେ। ତେବେ ଗୋପାନ ବିବାହ ପ୍ରସଙ୍ଗରେ ଏମାନେ ମୁହଁ ଖୋଲି ନାହାନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍‌ ଶ୍ରଫ ‘ହିରୋପନ୍ତି’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍‌ ଏସ୍‌ ଧୋନି’ ଜରିଆରେ ବଲିଉଡରେ ଡେବ୍ରୁ କରିଥିଲେ। ସେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି। ଠିକ୍‌ ସେହିପରି ଟାଇଗର ୍‌ଶ୍ରଫ୍‌ ‘ବାଗୀ-୨’ର ରିଲିଜ୍‌ ଅପେକ୍ଷାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe